ରାଜ୍ୟରେ କେତୋଟି ଉଚ୍ଚ ବିଦ୍ୟାଳୟ ଅଛି ସେନେଇ ବିଧାନସଭାରେ ଆଜି ଉତ୍ତର ରଖିଲେ ଗଚ୍ଚଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ କେତୋଟି ଗ୍ରାମ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ । ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ କରିବାକୁ ସରକାର କଣ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଭବାନୀ ଶଙ୍କର ଭୋଇ ।
ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଓଡ଼ିଶାରେ ୮୦୭୬ଟି ଉଚ୍ଚ ବିଦ୍ୟାଳୟ ରହିଛି । ୪୩୬ ପଞ୍ଚାୟତରେ କୌଣସି ଉଚ୍ଚ ବିଦ୍ୟାଳୟ ନାହିଁ । ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନିତ କରାଯାଉଛି । ଏହାବାଦ୍ ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନୂତନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ ତାହା ଆଲୋଚନା ଆରମ୍ଭ ହୋଇଯାଇଛି।