Webportal

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ; ୨୭ ପ୍ରସ୍ତାବ ମଞ୍ଜୁର

୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

sanitry
0 184

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି।କ୍ୟାବିନେଟ ବୈଠକରେ ୨୭ ପ୍ରସ୍ତାବ ମଞ୍ଜୁର।୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର।

ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ମିଳିବ ୧୦୦୦ ଟଙ୍କା ସହ ୨ଟି ଝୋଟ ବ୍ୟାଗ। ୯୫.୯୦ ଲକ୍ଷ ପରିବାର ହେବେ ଉପକୃତ।
ଖର୍ଚ୍ଚ ହେବ ୧୦୦୦ କୋଟିରୁ ଅଧିକ ଟଙ୍କା।ବେକାର ଯୁବକ ଯୁବତୀଙ୍କ ପାଇଁ ସ୍ବୟଂ ଯୋଜନା।ଯୁବକଙ୍କୁ ବିନା ସୁଧରେ ମିଳିବ ଏକ ଲକ୍ଷ ଟଙ୍କା ଋଣ।୧୮ରୁ ୩୫ ବର୍ଷୀୟ ବେକାର ଯୁବକ ଯୁବତୀଙ୍କୁ ମିଳିବ ଋଣ।୪ ବର୍ଷ ମଧ୍ୟରେ ସୁଝିବେ ଋଣ।ଅଗ୍ରଗାମୀ ଅଘରିଆ ସମାଜକୁ ମିଳିବ ମାଗଣା ଜମି।ଅଘରିଆ ସଂପ୍ରଦାୟ ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼।ଗୋଣ୍ଡ୍‌ ଭବନ ପାଇଁ ଚନ୍ଦ୍ରଶେଖରପୁରରେ ୫.୦୬ କୋଟିର ପ୍ରିମିୟମ ଛାଡ଼।ଭୁବନେଶ୍ବରରେ ମେହେର ସମାଜକୁ ମାଗଣାରେ ଜମି।କ୍ୟାପିଟାଲ ହସ୍ପିଟାଲ ମସଜିଦକୁ ମାଗଣା ଜମି।ରିଜର୍ଭ ପୋଲିସ ଲାଇନ ସମାଜକୁ ମାଗଣାରେ ଜମି।ଜମି ସେଟେଲ୍‌ମେଣ୍ଟ ଆଇନରେ ସଂଶୋଧନ।୨୦୨୪/୨୫ ଯାଏଁ ଚାଲୁ ରହିବ ସମଲେଇ ପ୍ରକଳ୍ପ କାମ।୨୦୨୪/୨୫ ଯାଏଁ ଚାଲୁ ରହିବ ଏକାମ୍ର ପ୍ରକଳ୍ପ କାମ।ବଢ଼ିଲା ଖୁସି ଯୋଜନାର ସମୟ ସୀମା।CMPDP ଯୋଜନାରେ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ।୬୫୬.୭୩ କୋଟି ଟଙ୍କାର ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା (ଏକାମ୍ର)କୁ କ୍ୟାବିନେଟ୍ ଅନୁମୋଦନ କରିଛି। ୨୦୨୦-୨୧-୨୦୨୪-୨୫ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।୮ଟି ନୂତନ ଅତିରିକ୍ତ ହାଇଟେନ୍ସନ୍ ଗ୍ରିଡ୍ ସବ୍ ଷ୍ଟେସନ୍ ସ୍ଥାପନ ପାଇଁ ୫୩୮.୫୭ କୋଟି ଟଙ୍କା ମଞ୍ଜୁର । ଓପିଟିସିଏଲ୍ ପକ୍ଷରୁ ୩ ବର୍ଷ ମଧ୍ୟରେ ସଂପୃକ୍ତ ଟ୍ରାନ୍ସମିସନ୍ ଲାଇନ୍ ସହ ସବ୍ ଷ୍ଟେସନ୍ ନିର୍ମାଣ କରାଯିବ।ବଉଁଶୁଣୀ, ବୌଦ୍ଧ ଓ ବୀରମହାରାଜପୁର, ସୁବର୍ଣ୍ଣପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ୧୦୫.୭ କୋଟି ଟଙ୍କା ବ୍ୟୟରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ୩୬ ମାସ ମଧ୍ୟରେ ଶେଷ ହେବ ଏହି ବ୍ରିଜ।

Square Ad 1
Leave A Reply

Your email address will not be published.