Webportal

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ

sanitry
0 111

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ।ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ ।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରାୟ ୫୬୪୦କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଆଜି ପୁଣି ୧୨୮୪.୪୯କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ୯୭.୨୪କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଅନୁମୋଦନ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୪ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ବିନା ପ୍ରିମିୟମ ଓ ଆଇସିରେ ଲିଜ୍ ସୂତ୍ରରେ ବଲାଙ୍ଗିର (ଗ) ମୌଜାରେ ୮.୬୯୩ ଡିସିମିଲ୍ ସରକାରୀ ଜମି ପ୍ରଦାନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହି ଲିଜ୍ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ରାଜସ୍ୱ ଓ ସେସ୍ ବାବଦରେ ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ ।-

କୋରାପୁଟ ଜିଲ୍ଲାର ମାଛକୁଣ୍ଡ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀପୁଟ ମୌଜାରେ ଲମତାପୁଟ ଡିଗ୍ରୀ କଲେଜକୁ ୫ଏକର ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇସିରେ ଲିଜ୍ ସୂତ୍ରରେ ପ୍ରଦାନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି

ମୟୂରଭଞ୍ଜ ଜିଲ୍ଲାର ଉଦଳା ତହସିଲର କଇଁସାରି ମୌଜାରେ କାଲୋ ଜଳସେଚନ କେନାଲର ଜଳ ମାଡ଼ୁନଥିବା ଚାଷ ଜମିରୁ ଏକକାଳୀନ ୪.୩୭ଲକ୍ଷ ଟଙ୍କା ଓ ଆଗକୁ ପ୍ରତିବର୍ଷ ଆଦାୟ ହେବାକୁ ଥିବା ୩୬୧୦୩ଟଙ୍କାର ଜଳକର ଛାଡ଼।

Square Ad 1
Leave A Reply

Your email address will not be published.