ବିଧାୟକ ମୋହନ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଚାରି ଜଣିଆ କମିଟି ରିପୋର୍ଟ ଆଧାରରେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଗତ ଶୁକ୍ରବାର ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ବାଦ ଦିଆଯାଇଛି।ସେହିପରି ରାଜ୍ୟର ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାଭୁକ୍ତ ଯେପରି ନିୟମ ନିଷ୍ଠା ଭାବେ ଏସ ଟି ଏଫ ର ନିର୍ଦେଶାବକି କୁ ପାଳନ କରିବା ସହ ଆଗାମୀ ଦିନରେ ଏଭଳି ଘଟଣା ର ପୁନରାବୃତ୍ତି ନ କରିବେ ସେଥିପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେବା ଓ ତଦାରଖ କରିବା ପାଇଁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ହାଇ ଟେକ ମେଡ଼ିକାଲ କଲେଜ ବିରୁଦ୍ଧରେ ଅଭିଯୋଗ ଆସିଥିବାରୁ ନିର୍ଦେଶାବଳୀ କୁ କଡାକଡି ଭାବେ ପାଳନ କରିବା ଓ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଠାରୁ କୌଣସି ଚୁକ୍ତି ନାମା ନ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଦରକାର ହେଲେ ଏନ ଓ ସି ପ୍ରତ୍ୟାହାର କରିବା ପାଇଁ ସୂଚନା ଦିଆଯାଇଛି। ଏ ତଥ୍ୟ ସବୁ ବିଧାନସଭା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ କାଲି ରଖିଥିଲେ।