୨୦୨୧-୨୨ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି | ବିଧାନସଭା ରେ ଏକ ପ୍ରଶ୍ନର ଉତ୍ତର ଦେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି।
ଏଗୁଡିକ ମଧ୍ୟରୁ ‘ଗ୍ରୁପ ଏ’ର ୧୨୩୩୭ ପଦବୀ, ‘ଗ୍ରୁପ ବି’ର ୪୫୯୬୯, ‘ଗ୍ରୁପ ସି’ର ୧୧୩୫୩୬, ‘ଗ୍ରୁପ ଡି’ର ୩୫୦୯୮,‘ଗ୍ରୁପ ଡି+’ର ୨୦୬୯୪୦ ପଦବୀ ଖାଲି ଅଛି।
ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ପାଞ୍ଚ ଶହ ୧୩ଟି ମୂଳ ପଦବୀ ଖାଲି ପଡ଼ିଛି |