ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ ସହରର କରଡ଼ଗାଡ଼ିଆ ସ୍ଥିତ ଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରି ଲକଡାଉନ ପାଇଁ ସରକାରୀ ନିର୍ଦେଶନାମା ସତ୍ୱେ ବେଆଇନ ମଦ ବେପାର ଚାଲୁଥିବାର ପାଇଥିଲେ।ତିରିଶ ଜଣ ମଦ ବ୍ୟବସାୟୀ ସେଠାରୁ ୬୦୦ ଲିଟର ମଦ ନେଉଥିବା ଦେଖିବାକୁ ମିଳିଥିଲା। ବିକ୍ରମ ସାହୁ ନାମକ ବ୍ୟକ୍ତି ଏହି ଦୋକାନର ଲାଇସେନ୍ସ ହୋଲ୍ଡର ହୋଇଥିବା ବେଳେ ସେଠାରେ ମଦ ତିଆରି ମଧ୍ୟ ଚାଲୁଥିଲା ଯାହା ବେଆଇନ ମଦ ବିକ୍ରେତାଙ୍କୁ ଯୋଗାଇ ଦିଆଯାଉଥିଲା।ଶୁକ୍ରବାର ସକାଳ ୩ଟାରେ ପୋଲିସ ଏହି ଚଢ଼ାଉ କରି ବେଆଇନ ମଦ ଜବତ କରିବା ସହ ବିକ୍ରମ ସାହୁ, ତାଙ୍କର ବାର ଜଣ କର୍ମଚାରୀ ଓ ତିରିଶ ଜଣ ମଦ ବିକ୍ରେତାଙ୍କୁ ଗିରଫ କରିଛି।
ସେମାନଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ୧୫ ଟି ମାମଲା ବିଭିନ୍ନ ଦଫାରେ ରୁଜୁ କରାଯାଇଛି।ଏହି ସମୟରେ ୧୮ଟି ମୋଟର ସାଇକେଲ, ୨୧ ଟି ମୋବାଇଲ ଫୋନ,ଗୋଟେ ଚାରିଚାକିଆ ଯାନ ଏବଂ ଗୋଟେ ଅଟୋ ରିକ୍ସା ଜବତ କରାଯାଇଛି। ଏହି ସମସ୍ତ ସୂଚନା ଅନୁଗୁଳ ଜିଲ୍ଲା ପୋଲିସ ତରଫରୁ ଏକ ପ୍ରେସ ବାର୍ତା ମାଧ୍ୟମରେ ଦିଆଯାଇଛି।

Next Post