Webportal

ଶବ ଗୃହରୁ ଶବ ଆଖି ଗାୟବ, ଅବହେଳା ନା ଚକ୍ରାନ୍ତ

sanitry
0 240

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା , ଚିକିତ୍ସାଧୀନ ଜଣେ ଶିଶୁର ମୃତ୍ୟୁ ହେବାପରେ ତାର ଶବ ପ୍ରକୃଷ୍ଠ ଗୃହରେ ରଖିଥିବାବେଳେ ଶିଶୁର ଆଖି ଗାଏବ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ବଅଁରପାଳ ଥାନା ନୂଆଁହତା ଗାଁର ଅଞ୍ଜନ ଗୋଛାୟତ ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅ ଜ୍ୱର ହୋଇଥିବା ଯୋଗୁଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଯେଉଁଠି ଗତକାଲି ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶିଶୁର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ତାକୁ ଶବ ରଖିବା ପ୍ରକୋଷ୍ଠରେ ରଖା ଯାଇଥିଲା । ଆଜି ସକାଳ ପ୍ରାୟ ୧୧ ତା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଶିଶୁର ମୃତ ଦେହ କଢ଼ା ଯାଇଥିଲା କଢ଼ାଗଲା ପରେ ଶିଶୁର ଆଖି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଧଳା ରଙ୍ଗର ଏକ ଆସ୍ତରଣ ବସି ଯାଇଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପରିବାର ଲୋକ ଶିଶୁର ଆଖି ତାଡି ନିଆ ଯାଇଛି ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଥିଲେ । ଅନୁଗୋଳ ଥାନାରେ ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଅନ୍ୟପଟେ ମୃତ ଶିଶୁର ଆଖି କିଭଳି ନଷ୍ଟ ହେଲା ସେ ନେଇ ସ୍ୱାସ୍ଥ୍ୟ ବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଶବ ରଖିବା ଗୃହରେ ବହୁତ ବଡ଼ ବଡ଼ ମୂଷା ରହିଛନ୍ତି ଓ ଏହି କାମ ମୂଷା ମାନଙ୍କ ଦ୍ୱାରା ହୋଇଥାଇପାରେ ବୋଲି କିଛି ସନ୍ଦେହ କରୁଛନ୍ତି । ତେବେ ଘଟଣା ଯାହା ହେଉନା କାହିଁକି , ଶବ ରଖିବା ଗୃହରେ ଶବ ସୁରକ୍ଷିତ ରହିବ ବୋଲି ଶବ ରଖା ଯାଉଥିବା ବେଳେ ମୃତ ଶିଶୁର ଆଖି କିଭଳି ନଷ୍ଟ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଅବହେଳା ପାଇଁ ଏଭଳି ନିନ୍ଦନୀୟ ଘଟଣା ଘଟିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ଉଠୁଛି ଯେ ସତରେ କଣ ମୂଷା ଆଖି ଖାଇଗଲା ନା ମୃତ ଦେହ ରୁ ଆଖି କାଢି ବିକ୍ରି କରିବା ରାକେଟ ସକ୍ରିୟ ହୋଇ ଉଠିଛନ୍ତି ଯାହା ତଦନ୍ତ ସମ୍ପୂର୍ଣ୍ଣ ହେଲାପରେ ଜଣାପଡିବାର ଆଶା କରାଯାଉଛି।ମେଡିକାଲ ର ଉପସ୍ଥିତ ପଦାଧିକାରୀ ଆଜି ଦିନ ତମାମ ଲୁଛି ରହିଥିବା ଦେଖା ଯାଇଥିଲା।ଶେଷରେ ଆଲୋଚନା ହୋଇ ମୃତକଙ୍କ ପରିବାରକୁ ପଚାଶ ହଜାର ଟଙ୍କା କ୍ଷତିପୂରଣ ଓ ତଦନ୍ତ ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ଜଣକୁ ଅସ୍ଥାୟୀ ଚାକିରୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

Square Ad 1
Leave A Reply

Your email address will not be published.