Webportal

ଶ୍ରୀଲଙ୍କାରେ ମୁସ୍କିଲ ପରିସ୍ଥିତି; ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ

sanitry
0 74

ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ। ଆଜି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ ରାଷ୍ଟ୍ରପତି ଭବନରେ ‘ଗୋଟା ଗୋ ହୋମ’ର ସ୍ଲୋଗାନ ଦେବା ସହ ମଦ୍ୟପାନ କରିଥିଲେ ବିକ୍ଷୋଭକାରୀ।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ରୋଷେଇ ଘରେ ରଖାଯାଇଥିବା ଖାଦ୍ୟ ଖାଇଛନ୍ତି।ଖାଦ୍ୟ ଖାଇବା ସହ ମଦ ପଇବା ଏବଂ ଜିନିଷ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ। କିଛି ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଥିବା ସୁଇମିଂ ପୁଲରେ ଗାଧୋଉଥିବାର ମଧ୍ୟ ଦେଖାଯାଇଛି। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନର ଶୟନକକ୍ଷରେ ପଶି ଲୋକେ ଖଟରେ ବସି ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ବିକ୍ଷୋଭ ପ୍ରଦର୍ଶନ ବେଳେ ଶ୍ରୀଲଙ୍କା ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ପ୍ରାୟ ୧୦୦ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସ୍ଥିତି ଖରାପ ହେଉଥିବ‌ାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ଖରାପ  ହେତୁ ଶ୍ରୀଲଙ୍କା ଅତି କମରେ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଛି। ଏହା ସହ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Square Ad 1
Leave A Reply

Your email address will not be published.