Webportal
Adarasha College

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା- ୨୦୨୪-୨୫ ଅନୁଷ୍ଠିତ

sanitry
0 36

ଅନୁଗୁଳ ସହର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା -୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମୁକୁନ୍ଦ ମୋହନ ଶତପଥୀ, ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ସାହୁ ଏବଂ ବିଚାରକ ଭାବେ ବାରସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଆଧୁନିକ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଓ ପରାମର୍ଶ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିଥିବା ବିଭିନ୍ନ ପ୍ରକଳ୍ପକୁ ଅତିଥି ଓ ବିଚାରକ ମାନେ ବୁଲି ଦେଖିଥିଲେ। ଜଳବାୟୁ ପ୍ରଦୂଷଣ ,ସୌରଶକ୍ତି ଦ୍ୱାରା ଜଳ ସେଚନ,ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ସୌର ଜଗତ,ଜଳ ଚକ୍ର, ଔଷଧୀୟ ବୃକ୍ଷର ଉପକାରୀତା,ଏସି କୁଲର,ଅଗ୍ନୀ ଉଦଗୀରଣ, ଅଟୋ ମେଟିକ ସେନ୍ସର ରୋଡ଼ ଲାଇଟ, ପରିପାକ କ୍ରିୟା ଆଦି ପ୍ରାୟ ୮୩ ଟି ପ୍ରକଳ୍ପକୁ ବିଦ୍ୟା ମନ୍ଦିର କୁନି ବୈଜ୍ଞାନିକ ମାନେ ପ୍ରଦର୍ଶନ କରିଥିଲେ।ଏହି ମେଳାରେ ବାଲ ବର୍ଗର ୪୪ ଜଣ ଛାତ୍ରଛାତ୍ରୀ ଓ ଶିଶୁ ଵର୍ଗର ୩୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ସେଇଭଳି ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ ଶିଶୁ ଵର୍ଗର ୩୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୨ ଜଣ ଅଭିଭାବିକା ମଧ୍ୟ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅତିଥିମାନେ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ଗୁରୁମା ପୂଜାରଣୀ ପାତ୍ର, ଲିଲି ବେହେରା, ବିନୋଦିନୀ ଦାଶ, କବିତା କର, ବନ୍ଦନା ଶତପଥି, ଜ୍ୟୋସ୍ନାରାଣୀ ପ୍ରଧାନ,ସଂଯୁକ୍ତା ଭୋଇ, ଶୁଭସ୍ମିତା ନାଥ,ଲିପିଶା ପ୍ରିୟ ଦର୍ଶନୀ,ମଞ୍ଜୁଲତା ଦେହୁରୀ ,ଅନିତା ମହାପାତ୍ର,ସିଦ୍ଧାର୍ଥ ଶେଖର ସାହୁ,କୁଞ୍ଜ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Onida Ad
Square Ad 1
Leave A Reply

Your email address will not be published.