Webportal

ସମବାୟ ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ନିଧିଙ୍କୁ ଅଣଦେଖା;ଢେଙ୍କାନାଳ ଓ ଅନୁଗୁଳ ବିଧାନସଭା ଆସନର ୨୦୨୪ ନିର୍ବାଚନୀ ଗଣିତ ଓଲଟପାଲଟ ଆଶଙ୍କା

ବଦଳିପାରନ୍ତି ଢେଙ୍କାନାଳ ବିଜେଡି ଏବଂ ଅନୁଗୁଳ ବିଜେପି ପ୍ରାର୍ଥୀ

sanitry
0 211

ଇତି ମଧ୍ୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ସରିଯାଇଛି।ସନ୍ତୋଷ ପ୍ରଧାନ ନିଜ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ବିରୁଦ୍ଧରେ ୧୫-୦ ଭୋଟ ରେ ବିଜୟୀ ହୋଇଛନ୍ତି।ଏହାର ଅର୍ଥ ହେଲା ଶ୍ରୀ ମଲ୍ଲିକ ମଧ୍ୟ ନିଜ ଭୋଟ ଟି ସନ୍ତୋଷ ବାବୁଙ୍କୁ ଦେଇଛନ୍ତି ନିଜେ ପ୍ରାର୍ଥୀ ଥିବା ସତ୍ତ୍ୱେ।

ଏଠି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଶ୍ରୀ ମଲ୍ଲିକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।ଏହାର ପଛରେ ତାଙ୍କ ସମ୍ପର୍କୀୟ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ବା ନିଧି ବାବୁଙ୍କ ଖୋଲା ସମର୍ଥନ ଥିଲା।ଆଶା ଥିଲା ଯେ ଦଳରେ ନିଜ ଅଖଣ୍ଡ ପ୍ରଭାବ ବଳରେ ସନ୍ତୋଷ ବାବୁଙ୍କୁ ନିର୍ବାଚନ ମଇଦାନରୁ ହଟାଇ ଶ୍ରୀ ମଲ୍ଲିକଙ୍କୁ ନିର୍ଦେଶକ ପଦରେ ବସାଇବାକୁ ସକ୍ଷମ ହେବେ।କିନ୍ତୁ ହେଲା ଓଲଟା, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ଅନ୍ୟ ବିଧାୟକଙ୍କ ଚାପରେ ଦଳୀୟ ନିର୍ଦ୍ଧେଶ ନିଧିଙ୍କ ଇଛା ବିରୁଦ୍ଧରେ ଆସିଲା।

ରାଜନୈତିକ ବିଶେଷଜ୍ଞ ମାନଙ୍କ ଆକଳନ ଅନୁସାରେ ବିଜେଡି ପାଇଁ ଦିନରାତି ଏକ କରିଦେଇଥିବା ଢେ଼ଙ୍କାନାଳ ବିଧାୟକ ନିଧି ବାବୁ ଅପମାନିତ ମନେ କରୁଥିବେ। ରାଜ୍ୟ ବିଜେପିର ସର୍ବେସର୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ କୁ ଦେଖି ନିଜର ଉଜ୍ବଳ ରାଜନୈତିକ ଭବିଷ୍ୟତ ପାଇଁ ଦଳ ପରିବର୍ତ୍ତନର ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ।

ଏପରି ସ୍ଥଳେ ଢେଙ୍କାନାଳ ବିଧାନସଭା ଆସନରୁ କୃଷ୍ଣ ପାତ୍ର ଓ ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାରରୁ ଜଣଙ୍କ ନିର୍ବାଚନ ଲଢ଼ିବା ଏକରକମ ନିଶ୍ଚିତ ଥିବାରୁ ନିଧି ବାବୁ ବା ସୁଧୀର ସାମଲ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।କାରଣ ଅନୁଗୁଳରେ ତାଙ୍କର ସାଙ୍ଗଠନିକ ତାକତ ଥିବା ସହିତ ଲୋକପ୍ରିୟତା ମଧ୍ୟ ରହିଛି।

ରାଜନୀତିରେ କିଛି ବି ସମ୍ଭବ।ଦେଖିବାକୁ ରହିଲା ରାଜନୈତିକ ବିଶେଷଜ୍ଞ ମାନଙ୍କ ଆକଳନ ଠିକ ହେବ ନା ବିଜେଡି ବିଧାୟକ ନିଧି ବାବୁଙ୍କୁ ମନାଇବାରେ ସଫଳ ହେବ।

Square Ad 1
Leave A Reply

Your email address will not be published.