Webportal

ସମରଶିକ୍ଷାର୍ଥୀବାହିନୀ କ୍ୟାଡେଟଙ୍କ ପାଇଁ ପୁରସ୍କାର ସଂଖ୍ୟା ଓ ଅର୍ଥରାଶି ବଢ଼ିଲା

sanitry
0 138

ପ୍ରତିରକ୍ଷା ମନ୍ତ୍ରୀ ଜାତୀୟ ସମରଶିକ୍ଷାର୍ଥୀବାହିନୀ କ୍ୟାଡେଟମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ସଂଖ୍ୟା ଏବଂ ଆର୍ଥିକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।ବିଭିନ୍ନ ବର୍ଗରେ ଏଣିକି ୧୪୩ ସ୍ଥାନରେ ୨୪୩ କ୍ୟାଡେଟଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଏନ ସି ସି କ୍ୟାଡେଟମାନେ ଏଣିକି ଦୁଇଟି ରକ୍ଷାମନ୍ତ୍ରୀ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଓ ପ୍ରତ୍ୟେକଙ୍କୁ କୋଡ଼ିଏ ହଜାର ବଦଳରେ ତିରିଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।ସେହିପରି ପୂର୍ବରୁ ତିନୋଟି ସ୍ଥାନରେ ଚାରୋଟି ରକ୍ଷାମନ୍ତ୍ରୀ ପ୍ରଶସ୍ତି ପ୍ରଦାନ କରାଯିବ ଯାହାପାଇଁ ପୁରସ୍କାର ରାଶି ପରିମାଣ ପନ୍ଦର ହଜାର ରୁ କୋଡ଼ିଏ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି।ସେହିପରି ଡିଜିଙ୍କ ପ୍ରଶସ୍ତି ପୁରସ୍କାର ସଂଖ୍ୟା ୧୦୨ ରୁ ୨୦୦ କୁ ବୃଦ୍ଧି କରାଯାଇଛି।ପୁଣି ବିଭିନ୍ନ ବର୍ଗରେ ନଅ ଟି ନୂଆ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରାଯିବ ଯାହାର ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି ଏବଂ ପ୍ରତ୍ୟେକ ପୁରସ୍କାର ପାଇଁ ଅର୍ଥ ରାଶି ମଧ୍ୟ ବୃଦ୍ଧି କରାଯାଇଛି।ନୂଆଦିଲ୍ଲୀ ଠାରେ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ ଅବସରରେ ଏହି ପୁରସ୍କାର ଗୁଡିକୁ ଅନୁମୋଦନ ମିଳିଛି ଯାହାର କାରଣ ହେଲା ଏନ ସି ସି କ୍ୟାଡେଟ ମାନଙ୍କ ସଂଖ୍ୟା ୨୦୧୪ ରେ ୧୧୩୧୦୮୩ ତୁଳନାରେ ୨୦୧୮ ରେ ୧୩୨୯୨୦୨ କୁ ବୃଦ୍ଧି ପାଇଛି।

Square Ad 1
Leave A Reply

Your email address will not be published.