Webportal

ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା

ଦେଶରେ ସ୍ଵାସ୍ଥ୍ୟ ସେବାର କରୁଣ କାହାଣୀ

sanitry
0 69

ଦେଶରେ ସ୍ଵାସ୍ଥ୍ୟ ସେବାର କରୁଣ କାହାଣୀ।ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା।ରୋଗ ହେଲେ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀକୁ ଆବଶ୍ୟକ ସ୍ଥଳେ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳକୁ ରୋଗ ବଡି ରୋଗୀର ଅକାଳେ ମୃତ୍ୟୁ ହେବା ମଧ୍ୟ କିଛି ବଡ କଥା ନୁହେଁ। ନଚେତ ରୋଗୀ ଜଣକ ସୁଧରେ ଟଙ୍କା ନେଇ ଘରୋଇ ମେଡିକାଲ ରେ ନିଜର ରୋଗ ଠିକ କରାଇବ। ଏପରି ହୋଇଗଲାଣି ଆମ ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସରକାରି ଡାକ୍ତରଖାନାର ସ୍ଵାସ୍ଥ୍ୟ ବ୍ୟବସ୍ଥା।ଅନେକ ଦିନ ହେଲା ଆମେ ନିଜକୁ ବିଶ୍ଵଗୁରୁ ବୋଲି କହିଆସୁଛୁ। ଅନ୍ୟ ଦେଶର ମାମଲାରେ ମୁଣ୍ଡ ଭର୍ତ୍ତି କରି ତାହା ସମାଧାନ କରିବାକୁ ଆମ ପ୍ରଧାନମନ୍ତ୍ରୀ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି।ପ୍ରଧାନମନ୍ତ୍ରୀ ଆବଶ୍ୟକ ସ୍ଥଳେ ଅଜସ୍ର ଟଙ୍କା ମଧ୍ୟ ଅନୁଦାନ ରୂପେ ବିଦେଶୀ ରାଷ୍ଟ୍ର ମାନଙ୍କୁ ଦେବାର ଖବର ରହିଛି। କିନ୍ତୁ ପରିତାପର ବିଷୟ ହେଲା ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏଭଳି ବହୁତ ଭଲ କାର୍ଯ୍ୟ କରାଯିବା ସତ୍ତ୍ୱେ ଦେଶର ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟସେବା ଉନ୍ନତ ମାନର ହେବା ବଦଳରେ ଦିନକୁ ଦିନ ଅତି ନିମ୍ନ ମାନର ହେଇ ଯାଉଛି। ବୋଧହୁଏ ଘରୋଇ ମେଡିକାଲ ଗୁଡ଼ିକୁ ସହାୟତା କରିବା ପାଇଁ ସରକାରି ମେଡ଼ିକାଲ ଗୁଡ଼ିକରେ ଚିକିତ୍ସା ର ମାନକୁ ଉନ୍ନତ କରିବାକୁ ନ ଦେଇ ଅଧିକରୁ ଅଧିକ ନିମ୍ନ ମାନର କରିବାକୁ ପରୋକ୍ଷରେ ଇଙ୍ଗିତ କରାଯାଉଛି। ଏମ୍ସ ପରି ସରକାରଙ୍କ ଡାକ୍ତରଖାନା କୁ ନେଇ ସରକାର ଅନେକ ଦିଣ୍ଡିମ ପିଟି ଆସୁଛନ୍ତି। କିନ୍ତୁ ସେହି ଏମ୍ସ କୁ ସାଧାରଣ ପରୀକ୍ଷା ପାଇଁ ଗଲେ ରୋଗୀକୁ ତିନି ବର୍ଷ ଅପେକ୍ଷା କରିବାକୁ କୁହାଯାଇଛି। ରୋଗୀକୁ ତ ଏମ୍ସ କର୍ତ୍ତୃପକ୍ଷ କୁକୁରଠୁ ବି ହିନ କରି ଦେଉଛନ୍ତି।କୌଣସି ସରକାରୀ ଡାକ୍ତରଖାନାରେ ଏମଆରଆଇ ପାଇଁ ୪-୫ ଘଣ୍ଟା ଲାଗିଥାଏ। କିନ୍ତୁ ଦେଶର ସବୁଠାରୁ ପ୍ରତିଷ୍ଠିତ ଡାକ୍ତରଖାନା ଏମ୍ସରେ ଏମଆରଆଇ କରିବାକୁ ହେଲେ ରୋଗୀଙ୍କୁ ତିନି ବର୍ଷ ଅପେକ୍ଷା କରିବାକୁ ପଡୁଛି।ଏମ୍ସରେ ଏମଆରଆଇ ପାଇଁ ୩ ବର୍ଷ ଅପେକ୍ଷା। ମିଳିଲା ୭ ସେପ୍ଟେମ୍ବର ୨୦୨୭ ତାରିଖ।ରାଜଧାନୀ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ରେ ଏମଆରଆଇ କରିବାକୁ ଜଣେ ରୋଗୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ। ଏମ୍ସ ପକ୍ଷରୁ ଏଥିପାଇଁ ସମ୍ପୃକ୍ତ ରୋଗୀଙ୍କୁ ୩ ବର୍ଷ ପରେ ତାରିଖ ଦେଇଛନ୍ତି।ଜୟଦୀପ ଦେ ନାମକ ଜଣେ ୫୨ ବର୍ଷ ବୟସ୍କ ରୋଗୀଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବାରୁ ସେ ଏମଆରଆଇ ସ୍କାନ କରିବାକୁ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ଏମ୍ସର ନେଇ ଜୟଦୀପଙ୍କୁ ୭ ସେପ୍ଟେମ୍ବର ୨୦୨୭ ତାରିଖ ଦେଇଛନ୍ତି।ବିପିଏଲ୍ ଅର୍ଥାତ୍ ଦାରିଦ୍ର ସୀମାରେଖା ତଳେ ଥିବା ଜୟଦୀପଙ୍କୁ ଦିଲ୍ଲୀ ଏନସିଆରର ଏକ ଭଲ ଏବଂ ସରକାରୀ ଡାକ୍ତରଖାନାରେ ଏମଆରଆଇ ସ୍କାନର ମୂଲ୍ୟ ୧୮ ହଜାରରୁ ୨୫ ହଜାର ଟଙ୍କା ମଧ୍ୟରେ ହୋଇପାରେ। ତେଣୁ ସେ ଏମ୍ସରେ ପହଞ୍ଚିଥିଲେ। ଅର୍ଥୋପେଡିକ୍ ଓପିଡିରେ ତାଙ୍କ ଡାହାଣ ଗୋଡରେ ଆଘାତ ଲାଗି ଚିକିତ୍ସା ପାଇଁ ଏମ୍ସକୁ ସେ ରେଫର୍ ହୋଇଥିଲେ। ଏମ୍ସରେ ଏମଆରଆଇ କରିବା ବହୁତ ଶସ୍ତା ଅଟେ। ଏଠାରେ ଏଥିପାଇଁ ୨-୩ ହଜାର ଟଙ୍କା ମଧ୍ୟରେ ଖର୍ଚ୍ଚ ହୋଇପାରେ। ୨୦୨୨ ମସିହାରେ, ଏମ୍ସ ସ୍ଥିର କରିଥିଲା ସମସ୍ତ ଏମଆରଆଇ ମେସିନ୍ ୨୪ ଘଣ୍ଟା ଚାଲିବ ଯାହା ଦ୍ବାରା ରୋଗୀଙ୍କୁ ଅଧିକ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ତା’ପରେ ମଧ୍ୟ ରୋଗୀଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି।ଏବେ ପିଠି ଯନ୍ତ୍ରଣା ଏବଂ ଗୋଡରେ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହିପରି ରୋଗୀଙ୍କ ସଂଖ୍ୟା ସର୍ବାଧିକ। ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ପ୍ରାୟ ୧୫ ହଜାରରୁ ଅଧିକ ରୋଗୀ ଚିକିତ୍ସା ଲାଗି ଏମ୍ସକୁ ଆସିଥାନ୍ତି।

 

Square Ad 1
Leave A Reply

Your email address will not be published.