Webportal

ସସତ୍ର ଡକାୟତି; ସିସି ଟିଭିରେ କୈଦ

sanitry
0 114

ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋସି ଭଣ୍ଡାର ଦୋକାନ ରୁ ୬ ଜଣ ମୁଖାଧରି ଡକାୟତ ବନ୍ଧୁକ ଓ ମାରନାସ୍ତ୍ର ଦେଖାଇ ଲୁଟ ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି। ଗତ କାଲି ରାତି ୮ ଟା ସମୟରେ ଦୋକାନ ର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନ ରେ ବସି ଥିବା ବେଳେ ଦୁଇଟି ବାଇକ୍ ରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ। ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ ଟି ଖଣ୍ଡା ଥିଲା। ଆକ୍ରମଣ ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ କିନ୍ତୁ ମାରଣାସ୍ତ୍ର ଓ ମାଉଜର ଆଗରେ ସେମାନେ ସାମ୍ନା କରିପାରିନଥିଲେ। ଡକାୟତ ମାନେ ଅମର ଙ୍କ ବାପା ଙ୍କୁ ଭୁଜାଲି ରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠି ଆଘାତ ହୋଇଛି। ଦୋକାନ ରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ୟୁଟର ବୋହିନେଇ ଯାଇଛନ୍ତି ଡକାୟତ। ୪ ବର୍ଷ ପୂର୍ବରୁ ତାଙ୍କର ଏହି ଦୋକାନ ଡକାୟତି ହୋଇଥିଲା। ଏ ନେଇ ଅମର ଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସିସି ଟିଭି ଫୁଟେଜ କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି। ଅନୁଗୋଳ ସହର ଠାରୁ ଅଳ୍ପ ଦୂରରେ ଥିବା ଓ ମାତ୍ର ରାତି ଆଠ ଟା ସମୟରେ ସସସ୍ତ୍ର ଡକାୟତ ହେବା ଦ୍ଵାରା ଆତଙ୍କ ଖେଳି ଯାଇଛି।

Square Ad 1
Leave A Reply

Your email address will not be published.