Webportal

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଲେ ତିନିଜଣିଆ ଟିମ

sanitry
0 172

ଅନୁଗୁଳ ଜିଲ୍ଲା ସ୍ଥିତ ସାତକୋଶିଆ ସରଂଖିତ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଅନୁଗୋଳ ରେ ପହଞ୍ଚିଛନ୍ତି
ଏନଟିସିଏ ର ଏକ ତିନି ଜଣିଆ ଟିମ । ସାତକୋଶିଆ ଅଭୟାରଣ୍ୟ କୁ ବ୍ୟାଘ୍ର ପକଳ୍ପର ମାନ୍ୟତା ମିଳିଥିବା ବେଳେ ଦିନ କୁ ଦିନ ଏହା ସ୍ଥାଣୁ ପାଲଟି ଯାଉଛି । ବାଘ ଵଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ର ବାନ୍ଧବ ଗଡ଼ ରୁ ସୁନ୍ଦରୀ କୁ ଅଣାଯାଇଥିବା ବେଳେ କାହ୍ନା ଅଭୟାରଣ୍ୟ ରୁ ମହାବଳ ମହାବିର କୁ ଅଣାଯାଇ ଥିଲା । ତେବେ ବନବିଭାଗ ଅଧିକାରୀଙ୍କ ଦାଇତ୍ୱ ଅଭାବରୁ ମହାବଳ ମହାବୀର ର ମୃତ୍ୟୁ ପରେ ଗତ ଏକ ବର୍ଷ ହେବ ସାତକୋଶିଆ ଅଭୟାରଣ୍ୟ ଏବେ ସ୍ଥାଣୁ ପାଲଟିଯାଇଛି। ଆଜି ବ୍ୟାଘ୍ର ପ୍ରକଳ୍ପ କାଯ୍ୟକ୍ଷମ ସଫଳତାର ସହିତ କରିବାକୁ ନେଇ ସ୍ଥିତି ପରଖିବ ଟିମ । ବାଘ ବଂଶ ବୃଦ୍ଧି ନେଇ ନୂଆ ଆଶା ଭରି ରହିଛି । ବାଘୁଣୀ ତାରବାଡ଼ ଏନକ୍ଲୋଜର ଭିତରୁ ସଙ୍ଗେ ସଙ୍ଗେ ନ ମୁକୁଳିଲେ ନାହିଁ, ଅନ୍ତତଃ ବାଘୁଣୀ ର ଏନକ୍ଲୋଜର ପରିଧି ବୃଦ୍ଧି ପାଇଁ ଯେଉଁ ପ୍ରସ୍ତାବ ଯାଇଥିଲା ତା ଉପରେ ଆଜି ମୋହର ବାଜିପାରେ ବୋଲି ଆଶା କରାଯାଉଛି। ନୂଆ ପ୍ରସ୍ତାବ ଅନୁଯାୟୀ ଏନକ୍ଲୋଜର ଜଙ୍ଗଲର ଏକ ବିସ୍ତୁତ ଓ ବିରାଟ ଅଞ୍ଚଳ କୁ ନେଇ ବିରାଟକାୟ ହେବ ଯେଉଁଥିରେ ବାଘ ରହିବା ପାଇଁ ବନାଞ୍ଚଳ ରହିବ। ଏନକ୍ଲୋଜର ଏତେ ବଡ଼ ହେବ ଯେ ତା’ ମଧ୍ୟରେ ତୃଣଭୋଜି ମଧ୍ୟ ରହିବେ । ବାଘ ପାଇଁ ତାହା ଏନକ୍ଲୋଜର ନୁହେଁ, ବରଂ ତାରବାଡ଼ ଘେରା ଏକପ୍ରକାର ବାସ ଉପଯୋଗୀ ଜଙ୍ଗଲ ହେବ । ସାତକୋଶିଆ ଆସିଥିବା ଏହି ଟିମ୍‌ ର ନିଷ୍ପତ୍ତି ଉପରେ ସବୁ ନିର୍ଭର କରୁଛି । ସେପଟେ ଏନଟିସିଏ ର ଟିମ ଅନୁଗୋଳ ରେ ଆଲୋଚନା ପରେ ସାତକୋଶିଆ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଜଣା ପଡ଼ିଛି।ଟିମରେ ଏନଟିସିଏ ର ପୂର୍ବତନ ଫିଲଡ଼ ଡ଼ାଇରେକ୍ଟର ଖଗେଶ୍ୱର ନାୟକ ଙ୍କ ସହ ହେମନ୍ତ ଭାସ୍କର ଓ ଭିକେ ଶର୍ମା ଆସିଛନ୍ତି ।

Square Ad 1
Leave A Reply

Your email address will not be published.