Webportal

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା

sanitry
0 101

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା।ସାତକୋଶିଆ ଗଣ୍ଡରେ ୯୭ ଟି ମଗର, ୧୪ ଟି ଘଡିଆଳ, ୮୧ ପ୍ରଜାତିର ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ସାତକୋଶିଆ ଗଣ୍ଡରେ ଉଭୟ ମଗର ଓ ଘଡିଆଳ କୁମ୍ଭୀରଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ପକ୍ଷୀ ସଂଖ୍ଯା ହ୍ରାସ ପାଇଥିବା ଜଣା ପଡିଛି । ଚଳିତ ବର୍ଷ ମହାନଦୀ ଗଣ୍ଡରେ ୯୭ଟି ମଗର , ୧୪ ଟି ଘଡିଆଳ କୁମ୍ଭୀର ଥିବା ବନ ବିଭାଗ କହି ଥିବା ବେଳେ ୮୧ ପ୍ରଜାତିର ୩୩୩୦ ପକ୍ଷୀ ଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫୋ ସରୋଜ ପଣ୍ଡା । ଗତ ବର୍ଷ ମହନଦୀ ଗଣ୍ଡରେ ୭ ଟି ଘଡ଼ିଆଳ ଥିବା ବେଳେ ୮୧ ଟି ମଗର ପ୍ରଜାତି କୁମ୍ଭୀର ଥିଲେ । ଚଳିତ ବର୍ଷ ଆଉ ୧୬ ଟି ମଗର ଓ ଦୁଇଗୁଣା ଘଡିଆଳ ବୃଦ୍ଧି ହେବା ସାତକୋଶିଆ ପାଇଁ ଖୁସି ଖବର ହୋଇଥିବା ସେ କହିଛନ୍ତି।

Square Ad 1
Leave A Reply

Your email address will not be published.