Webportal

ସାବଧାନ ଡ୍ରଗସ ବେପାରୀ: ଜେଲଦଣ୍ଡ ସହ ବ୍ୟାଯ୍ୟାପ୍ତ ହେବ ସମ୍ପତ୍ତି

sanitry
0 308

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅଧିକୃତ ଅଧିକାରୀଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ପୋଲିସ ବେଆଇନ ଡ୍ରଗସ ବେପାରୀଙ୍କ ସମ୍ପତ୍ତି ଜବତ ଆରମ୍ଭ କରିଛି । ଜିଲ୍ଲାରେ ବିପୁଳ ପରିମାଣର ଡ୍ରଗସ କାରବାର ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ପୋଲିସ ଏଥିରେ ସମ୍ପୃକ୍ତ ବେପାରୀ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମୂଲ୍ୟର ଡ୍ରଗସ ମଧ୍ୟ ଜବତ କରିଛି । ତେବେ ଏହି ବେଆଇନ କାରବାର କରି ବିପୁଳ ସମ୍ପତ୍ତି ମଧ୍ୟ ଠୁଳ କରି ରଖିଥିବା ଏହି ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଅନୁଗୁଳ ଜିଲ୍ଲା ପୋଲିସ ଏକ ଦୃଢ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ବେଆଇନ ଭାବେ ଡ୍ରଗସ ବେପାର କରି ଠୁଳ କରିଥିବା ସମ୍ପତ୍ତି ଜବତ କରା ଯାଇଛି । ନାଲକୋ ଥାନାରେ ୧୨.୦୨.୧୯ ତାରିଖ କେସ ନମ୍ବର ୨୫ ଅନୁସାରେ ଗିରଫ ହୋଇଥିବା କୁରୁଡୁଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ କ୍ଲୃଷ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ଏକ ଆକ୍ଟିଭା ସ୍କୁଟି , ୭୬୮୦ ଟଙ୍କା , ଗୋଟିଏ ମୋନବାଇଲ ଫୋନ ସମେତ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟରେ ଥିବା ୨୭ ହଜାର ୩୫୬ ଟଙ୍କା ଜବତ କରା ଯାଇଛି । ଅନୁଗୋଳ ଥାନାରେ ୧୨.୧୦.୧୯ରେ କେସ ନମ୍ବର ୮୨୮ ଅନୁସାରେ ଗିରଫ ହୋଇଥିବା ସୁବ୍ରତ ବାରିକ ଠାରୁ ଏକ ସୁଇଫ୍ଟ କାର ଓ କୁକୁଡାଙ୍ଗା ଗାଁ ର ସୁଜ୍ଞାନୀ ଦେହୁରି ଠାରୁ ଗୋଟିଏ ହିରୋ ଡୁଏଟ ସ୍କୁଟର , ୧୦. ୬୮୦ ଗ୍ରାମର ସୁନା ଚେନକୁ ଜବତ କରିଛି ପୋଲିସ । ସେହିପରି ୧୫.୧୧.୧୯ରେ କେସ ନମ୍ବର ୯୫୧ ରେ ଗିରଫ ହୋଇଥିବା କାଳନ୍ଦି ଚରଣ ସାହୁଠାରୁ ଏକ ଆକ୍ଟିଭା ସ୍କୁଟି ଏବଂ ୨୧ ହଜାର ୩୧୦ ଟଙ୍କା ଜବତ କରା ଯାଇଛି । ତାଳଚେର ଥାନା ୧୧.୧.୨୦ ରେ କେସ ନମ୍ବର ୧୨ ରେ ଗିରଫ ହୋଇଥିବା କୁଲାଦ ଗ୍ରାମର ପ୍ରକାଶ ଶେଠ ଠାରୁ ଏକ ମାରୁତି କାର , ହୋଣ୍ଡା ମୋଟର ସାଇକେଲ , ଟିଭି , ଇନଭଟର , ଏକ କୁଲର , ସୁନା ମିଶା ଗହଣା ଏକ ପେୟାର ଜବତ ହୋଇଛି , ବଅଁରପାଳ ଥାନା ୯.୧୧.୧୯ ରେ କେସ ନମ୍ବର ୨୫୫ ରେ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଶ୍ରୀରାମ ସାହୁ ଠାରୁ ଗୋଟିଏ ବୁଲେଟ ମୋଟରସାଇକେଲ , ୫ ଗ୍ରାମ ୮୫୦ ମିଲିଗ୍ରାମର ଗୋଟେ ମୁଦି , ୩ ଗ୍ରାମର ପଥର ବସିଥିବା ମୁଦି ଓ ୧ ଗ୍ରାମ ୩୧୦ ମିଲିଗ୍ରାମ ଓଜନର ଏକ କାନ ଫୁଲ ଜବତ କରା ଯାଇଆଇଛି । ପୋଲିସ ର ସୂଚନା ଅନୁଯାୟୀ ଏ ଅଭିଯାନ ଜାରି ରହିବ ଓ
ଡ୍ରଗସ କାରବାରରୁ ଅର୍ଜିତ ଅପରାଧୀ ମାନଙ୍କ ସମ୍ପତ୍ତିକୁ ଏହି ପରି ଭାବରେ ବ୍ୟାଯ୍ୟାପ୍ତ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ।

Square Ad 1
Leave A Reply

Your email address will not be published.