Webportal

ସାବଧାନ ଲୁଟେରା

ପୋଲିସ ହୋଇଛି ସଜାଗ

sanitry
0 273

ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେବ ଲୁଟେରା ଏବଂ ମାଦକଦ୍ରବ୍ୟ ବ୍ୟବସାୟୀ ମାନଙ୍କର ଯେଉଁ ରାଜ ଚାଲିଥିଲା ସେଥିରେ ଆକଟ ଲାଗିଛି।ରାଜ୍ୟରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବାକୁ ରାଜ୍ୟ ପୋଲିସ ତତ୍ପର ହୋଇ ଉଠିଛି।କ୍ରମାଗତ ଲୁଟକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇବା ସହ ପୋଲିସ ର ନିଷ୍କ୍ରିୟତା କୁ କଟୁ ସମାଲୋଚନା କରା ଯାଉଥିଲା।କିନ୍ତୁ ଗତ ଚାରି ଦିନ ର ପୋଲିସ କାର୍ଯ୍ୟଧାରା ଅନ୍ୟପ୍ରକାର ହୋଇଛି।ଗୋଟିଏ ପରେ ଗୋଟିଏ ଅପରାଧୀଙ୍କୁ ଏନକାଉଣ୍ଟର କରି ନିଦ ହଜେଇ ଦେଇଛି ପୋଲିସ।ରବିବାର ଦିନ ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଆସ୍କା ଓ ପାରାଦୀପ ରେ ଏନକାଉଣ୍ଟର ରେ ଦୁଇ ଦୁର୍ଦାନ୍ତ ଗୁରୁତର ଆହତ ହୋଇଛନ୍ତି ଓ ଜଣେ ଖସିଯିବାରେ ସଫଳ ହେଇଛି।ଏହାମଧ୍ୟରେ ପାଞ୍ଚ ଜଣ ପୋଲିସ ଏନକାଉଣ୍ଟର ରେ ଜଖମ ହୋଇ ଚିକିତ୍ସିତ ହେଉଛନ୍ତି।ଲାଠିକଟା ଥାନା ଅନ୍ତର୍ଗତ ଶିଉଳି ନିକଟରେ ପୋଲିସ ଏନକାଉଣ୍ଟର ରେ ଦୁର୍ଦାନ୍ତ ଅପରାଧୀ ସୁନିଲ ମାଝୀ ଡାହାଣ ଗୋଡ଼ରେ ଗୁଳି ବାଜି ଆହତ ହୋଇ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତର ହୋଇଛି।ସେହିପରି ଜୟପୁର ପୋଲିସ ହାଟୀଶାଲ ଛକ ନିକଟରେ ପୋଲିସ ସହ ଗୁଳି ବିନିମୟ ରେ ଦୁର୍ଦାନ୍ତ ଅପରାଧୀ ଗଂଜେଇ ମାଫିଆ କାବୁଲ ଖରା ଆହତ ହୋଇଛି।ବର୍ତ୍ତମାନ ରାଜ୍ୟରେ ଲୁଟେରା ଖୁବ ସକ୍ରିୟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ କୁ କଡା ତାଗିଦ କରାଯାଇଥିବାର ଖବର ମିଳିଛି ଓ ଭରପୁର ଶକ୍ତି ଉପଯୋଗ କରି ଲୁଟେରା ମାନଙ୍କୁ କାବୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।କେତେକ ଲୁଟେରା ରାଜନେତାଙ୍କ ବାହୁ ଛାୟା ତଳେ ରହୁ ଥିବାରୁ ପୋଲିସ କୁ କାର୍ଯ୍ୟବାହି ପାଇଁ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଥିବାରୁ ପୋଲିସ ଖୁବ ତତ୍ପର ହୋଇ ଉଠିଛି ଓ ଲୁଟେରା ମାନଙ୍କୁ କାବୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

Square Ad 1
Leave A Reply

Your email address will not be published.