Webportal

୧୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ହେବ ଇ-ଆଇସିୟୁ ବ୍ୟବସ୍ଥା

sanitry
0 204

ସ୍ୱାସ୍ଥ୍ୟ ସେବା ର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁ ଗୁଡିକୁ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରା ଯାଇ ପାରିବ।ସି-ଡାକ ଓ ଡିସିଏଲ ସଫ୍ଟୱେର ଦ୍ଵାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ କୁ ସଂଯୋଗ କରାଯିବ।ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ପୁରୀ, କୋରାଫୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡା, ବାରିପଦା, ବାଲେଶ୍ବର ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ।ଏ ସବୁକୁ ଏସସିବି କଟକର ଟେଲିମେଡିସିିନ କେନ୍ଦ୍ର ସହିତ ସଂଯୋଗ କରାଯିବା ଫଳରେ ଏହି ଜିଲ୍ଲା ଗୁଡିକର ଆଇସିୟୁ ରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କର ଚିକିତ୍ସା ଓ ରେଫରାଲରେ ସୁବିଧା ଓ ଉନ୍ନତି ଆସିବା ସହ ଚିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରା ଯାଇ ପାରିବ।ଉପରୋକ୍ତ ସୂଚନା ମିଳିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳା ରେ।କର୍ମଶାଳା ରେ ହୋଇଥବା ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାସ୍ତରୀୟ ଆଇସିୟୁ ରେ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ରାଜ୍ୟରେ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିିଡିୟର଼ ଅନୁଯାୟୀ ଚିକିତ୍ସା ଯୋଗାଇ ଦିଆଯିବ। ବିଏସଏନଏଲ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଆଇସିୟୁ ମାନଙ୍କରେ ଅପ୍ଟିକାଲ ଫାଇବର କେବୁଲ ତଥା ୧୦ଏମବିପିଏସ ବେଗରେ ଟେଲି ସେବା ଯୋଗାଇଦେବାକୁ କୁହାଯାଇଛି ଯାହା ଫଳରେ ଡାଟା ଟ୍ରାନ୍ସଫରରେ ନିରନ୍ତରତା ଓ ଗୁଣବତ୍ତା ରହିପାରିବ।ଏହି କର୍ମଶାଳା ରେ ପ୍ରସ୍ତାବିତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡ଼ିକାଲ କଲେଜ ର ଟେଲିମେଡିସିିନ ବିଭାଗ ର ଅଧିକାରୀ ମାନଙ୍କ ସହ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Square Ad 1
Leave A Reply

Your email address will not be published.