Webportal

ଅଗ୍ନିପଥ’ ଯୋଜନା ନେଇ ବଢୁଛି ବିରୋଧ : ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ସହ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ଘର ଜାଳି ଦେବାକୁ ଉଦ୍ୟମ

sanitry
0 121

ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି। ଏହା ଭିତରେ ବିହାରର ବୋତିଆରେ ଥିବା ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ବାସଭବନ ଉପରେ ଆକ୍ରମଣ। ଏହାଛଡା ବିହାରର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏକ ସମାଚାର ଏଜେନ୍ସିର ସୂଚନା ଅନୁସାରେ, ତାଙ୍କ ଘରକୁ ଜଳାଇବା ପାଇଁ ଚେଷ୍ଟା କରାଯାଉଛି।

ବିହାରର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲଙ୍କ ଘରକୁ ନିଆଁ ଲଗାଇ ପୋଡିବାର ଚେଷ୍ଟା କରିଥିଲେ ଉପଦ୍ରବକାରୀ। ସେମାନେ ବିଜେପି ଅଧ୍ୟକ୍ଷଙ୍କ ଘର ଉପରେ ଗ୍ୟାସ୍ ସିଲିଣ୍ଡର ଫୋପାଡିଥିଲେ। ନିଆଁ ଲଗାଇବା ପରେ ସିଲିଣ୍ଡରରେ ବିସ୍ଫୋରଣ କରିଥାନ୍ତେ । ସୁରକ୍ଷାକର୍ମୀମାନେ ଏହାକୁ ରୋକି ଦେଇଥିଲେ। ଏ ସମ୍ପର୍କରେ ସଞ୍ଜୟ ଜୟସଓ୍ବାଲ କହିଛନ୍ତି, ମୋର ଘରେ ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ମୁଁ ଚିହ୍ନିଛି। ସିସିଟିଭିରେ ସେମାନେ ମଧ୍ୟ ଅଛନ୍ତି। ମୋ ଘରକୁ କିରୋସିନି, ମୋବିଲ ପକାଇ ସେମାନେ ଜାଳିବାକୁ ଚେଷ୍ଟା କରିଥିଲେ। ଏହାପରେ ସିଲିଣ୍ଡର ବମ୍ ପକାଇ ଘରକୁ ଉଡାଇବାର ଚେଷ୍ଟା କରୁଥିଲେ।

ବୋତିଆରେ ନିଜର ପୈତୃକ ବାସଭବନ ଉପରେ ଆକ୍ରମଣ ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଏକ ଘରୋଇ ଚ୍ୟାନେଲ ସହ କଥା ହୋଇ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ପୈତୃକ ବାସଭବନ ଉପରେ ଆକ୍ରମଣ କରାଯାଇଛି। ସେଠାରେ ଥିବା କିଛି ଗାଡି ମଧ୍ୟ ଭଙ୍ଗାରୁଜା କରାଯାଇଛି। ସେ କହିଛନ୍ତି, ଛାତ୍ରଙ୍କୁ ଏଭଳି କରିବାକୁ ତାଙ୍କୁ ଉତ୍ତେଜିତ କରାଯାଉଛି। କୁହାଯାଉଛି ଯେ, ଆକ୍ରମଣ ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ଘର ଭିତରେ କିଛି ସଦସ୍ୟ ଫଶି ଯାଇଥିଲେ।ଉପ-ମୁଖ୍ୟମନ୍ତ୍ରୀ ନିଜେ ଫୋନ  କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ନିଜେ ପାଟନାରେ ଥିବା ବେଳେ ତାଙ୍କ ପରିବାରର ବହୁ ସଦସ୍ୟ ବୋତିଆରେ ଅଛନ୍ତି ଓ ତାଙ୍କର ବାସଭବନ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିବା ସହ ଭଙ୍ଗାରୁଜୁ କରିଛନ୍ତି।

Square Ad 1
Leave A Reply

Your email address will not be published.