Webportal

ଅଙ୍ଗନୱାଡି ଚାଉଳ ହେରଫେର; ଏଜେଣ୍ଟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

sanitry
0 71

ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ ୨୦୧୮ – ୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା । ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ । ତେବେ ଅଡିଟ ବେଳେ ଚାଉଳ ପାଇଁ ଦିଆ ଯାଇଥିବା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଥିଲା । ଦୁଇ ଏଜେଣ୍ଡ ମିଶି ପ୍ରାୟ ୧୯୪୭.୧୧ କିଣ୍ଡାଲ ଚାଉଳ ହେରାଫେରି ହୋଇଥିବା ଜଣାପଡିଛି । ହେରଫେର ହୋଇଥିବା ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏତେ ପରିମାଣର ଚାଉଳ ହେରଫେର ହୋଇଥିବା ଜଣା ପଡିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି ।

Square Ad 1
Leave A Reply

Your email address will not be published.