Webportal

ଅଙ୍ଗାରବନ୍ଧ ଧାମର ବରିଷ୍ଠ ତ୍ୟାଗୀ ଶ୍ରୀମଦ ବିଦ୍ୟାଧର ଦାସ (ମଲ୍ଲିକ ବାବା)ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ ପାଳିତ।

sanitry
0 171

ଗତକାଲି ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧଠାରେ ଥିବା ମହିମା_ଧାମଠାରେ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ତ୍ୟାଗୀ ଶ୍ରୀମଦ ବିଦ୍ୟାଧର ଦାସ ( ମଲ୍ଲିକ ବାବା )ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ ପାଳନ ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସ୍ମୃତି ସଭାରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସାଧୁମାନେ ଯୋଗଜନ୍ମା, ସେମାନେ ସମାଜକୁ ମାର୍ଗଦର୍ଶନ ଦେଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାନ୍ତି। ତ୍ୟାଗୀ ବିଦ୍ୟାଧର ଦାସଙ୍କ ଧାମ ପ୍ରତି ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରି ସମସ୍ତଙ୍କର ଉପସ୍ଥିତି ହିଁ ତାହାର ପ୍ରମାଣ ଦେଉଛି ବୋଲି କହିଥିଲେ । ମହିମା ଧର୍ମର ଦୁର୍ମୂଲ୍ୟ ବିଚାରକୁ ଯୁବ ପିଢି ପାଖରେ ପହଞ୍ଚିବା ପାଇଁ ଗବେଷଣା ଓ ସାହିତ୍ୟର ଆବଶ୍ୟକତା ରହିଛି ଓ ସୁସ୍ଥ ସମାଜ ଗଠନ ପାଇଁ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ହିଁ ଦରକାର ବୋଲି ଶ୍ରୀ ପ୍ରଧାନ ମତ ବ୍ୟକ୍ତ କରିଥିଲେ। ସ୍ମୃତି ସଭାରେ ଯୋଗଦେଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂହ ତ୍ୟାଗୀ ବିଦ୍ୟାଧର ଦାସ ଜଣେ ସରଳ ଓ ସ୍ବଳ୍ପ ଭାଷୀ ଭାବରେ ସର୍ବଦା କର୍ମକୁ ଗୁରୁତ୍ବ ଦେଉଥିବା ନିଷ୍କପଟ ଓ ଦରଦୀ ହୃଦୟର ବ୍ୟକ୍ତି ଥିଲେ। ମହିମା ଧର୍ମର ନୀତି ଓ ପରମ୍ପରା ଅନୁଯାୟୀ ଧାର ପ୍ରତିଟି କାର୍ଯ୍ୟରେ ସେ ଯେଭଳି ଭାବରେ ନିଜକୁ ଜଡିତ ରଖୁଥିଲେ, ତାହା ହିଁ ତାଙ୍କୁ ସ୍ମରଣୀୟ କରି ରଖିବ। ଧାମ ଓ ଧର୍ମର ବିକାଶ ପାଇଁ ତାଙ୍କର ଉଦ୍ୟମକୁ ଆଗେଇ ନେଲେ ତାହା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ। ଉକ୍ତ ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବାବା ମୁରଲୀଧର ଦାସ, ବାବା ବୈଷ୍ଣବ ଚରଣ ଦାସ, ବାବା ରବି ଦାସ, ମୃଦୁଳା ଠାକୁର, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ ନାଥ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ବିଜେଡି ନେତା ଅରୁଣାଭ ସିଂହ, ପ୍ରବଚକ ମହେଶ ସାହୁ, ଅଙ୍ଗାରବନ୍ଧ ସରପଞ୍ଚ ସୁଜାତା ସାହୁ, ସମିତି ସଭ୍ୟ ସୁଜାତା ସ୍ଵାଇଁ, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସଭାପତି ଗୋପାଳ ନାଥ, କାର୍ଯ୍ୟକାରୀ ସଭାପତି ରଞ୍ଜନ ପାତ୍ର, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ ସାହୁ, ଡକ୍ଟର ଉପେନ୍ଦ୍ର ଶର୍ମା, ପ୍ରେମାନନ୍ଦ ସେଠ, ଅଜୟ ଦେହୁରୀ, ବାମଦେବ ସାହୁ, ଭାସ୍କର ଦେହୁରୀ ପ୍ରମୁଖ ବିଭିନ୍ନ ଅଂଚଳରୁ ଆସିଥିବା ଭକ୍ତମାନେ ବାବାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ। ସଭାକୁ ମହିମା ଭକ୍ତ କବି ଅଲେଖ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ। ଉକ୍ତ କୋଇଶିଆ ଦିବସରେ ବିଭିନ୍ନ ମହିମା ଟୁଙ୍ଗିରୁ ଭକ୍ତ ଓ ବାବାମାନେ ଉପସ୍ଥିତ ଥିଲେ।

Square Ad 1
Leave A Reply

Your email address will not be published.