ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକଙ୍କ ଯାତ୍ରା ଆରମ୍ବ ହୋଇଛି। ପ୍ରତେକ ବର୍ଷ କାର୍ତ୍ତିକ ପୂର୍ଣିମା ତିଥି ରେ ମାଙ୍କ ପୂଜାର୍ଚନା ହୋଇଥାଏ କିନ୍ତୁ ଏବର୍ଷ ଚନ୍ଦ୍ର ଗ୍ରହଣ ପଡୁ ଥିବାରୁ ଗୋଟିଏ ଦିନ ପୂର୍ବରୁ ମା ଙ୍କ ଯାତ୍ରା ଆରମ୍ଭ କରିଥିଲେ। ମହାମାରୀ କରୋନା ପାଇଁ ଗତ ୨ ବର୍ଷ ଧରି ପିଠରେ କେବଳ ମା ଙ୍କ ପୂଜା ଅର୍ଚ୍ଚନା ହେଉଥିଲା। ମହାମାରୀ କରୋନା ପରେ ଚଳିତ ବର୍ଷ ଧୁମଧାମରେ ଯାତ୍ରା ହେବ ବୋଲି ଗ୍ରାମ୍ୟ କମିଟି ପ୍ରକାଶ କରିଛନ୍ତି। ମା ଲୋଭୀ ଠାକୁରାଣୀଙ୍କ ଆଶୀର୍ବାଦ ନେବା ପାଇଁ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ, ଜିଲ୍ଲା ପରିଷଦ ଗୋପାଳ ନାଏକ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, bjd ଜିଲ୍ଲା ଉପସଭାପତି ବାଉରୀ ବନ୍ଧୁ ସାହୁ, ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଜେପି ବଅଁରପାଳ ବ୍ଲକ୍ ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା ପ୍ରମୂଖ ଙ୍କ ସହ ମାନ୍ଯଗଣ୍ଯ ବ୍ୟକ୍ତି ଆସି ପହଞ୍ଚିଥିଲେ। ଚଳିତ ବର୍ଷ ଯାତ୍ରା ପଡିଆରେ ବହୁ ଦୋକାନୀ ଙ୍କ ସମାଗମ ହେବ ବୋଲି ଜଣା ପଡିଛି। ଗୁପଚୁପ, ମନୋହରୀ, ଦୋଳି, ବିଭିନ୍ନ ପ୍ରକାର ଚାଟ ଦୋକାନ ଠାରୁ ଆରମ୍ବ କରି ବଡ଼ବଡ଼ ଡ୍ରେସ୍ ଦୋକାନ ସହ କଂସା ବାସନ ଓ ସିଲଭର୍ ବାସନ ରେ ଦୋକାନୀ ଯାତ୍ରାରେ ତାଙ୍କର ପସରା ମେଲାଇ ଥାନ୍ତି। ଆଖ ପାଖା ଅଞ୍ଚଳର ଶହ ଶହ ଯାତ୍ରୀ ଙ୍କ ସମାଗମ ହୋଇଥାଏ। ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ପାଣି, ଦମକଳ ବାହିନୀ, ଲାଇନ୍ ର ବ୍ୟବସ୍ଥା କରା ଯାଇଥାଏ। ପୂଜା କମିଟି ର ସଭାପତି ଶ୍ରୀ ସୁନୀଳ କୁମାର ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ସକାଳ ୯ ଘଟିକା ସମୟରେ ମାଙ୍କ ଗ୍ରାମର ଦେବୀ ଘରେ ମା ଙ୍କ ପୂଜାର୍ଚ୍ଚନା କରିବା ପରେ ଦିଅ ଘରୁ ଦେବୀଙ୍କ ପ୍ରଶେସନ୍ ସହିତ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଗ୍ରାମର ପୀଢ଼ ପାଖରେ ପହଞ୍ଚି ଥାନ୍ତି। ପ୍ରଶେସନ୍ ରେ ବିଭିନ୍ନ ପ୍ରକାର ଡିଜେ, ଲଉଡ଼ି ଖେଳ, ଭାଙ୍ଗଡ଼ା ବାଜା, ଦୁଲଦୁଲି ସହିତ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ମା ଙ୍କୁ ପିଠ ପାଖକୁ ପାଛୁଡ଼ି ଆଣିଥିଲେ। ଏହି ବର୍ଷ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ. ୫ ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ପ୍ରକାଶ କରିଛନ୍ତି।