Webportal

ଅନୁଗୁଳରେ ନିଯୁକ୍ତି ମେଳା ଅନୁଷ୍ଠିତ

sanitry
0 297

ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଆଜି ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି ନିଯୁକ୍ତି ମେଳା।ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ମେଳାକୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ ନିଜେ ପ୍ରତ୍ୟେକ ଷ୍ଟଲ ବୁଲି ଦେଖିବା ସହ ଯୋଗଦେଇଥିବା ନିଯୁକ୍ତି ଦାତା ସଂସ୍ଥା ଓ ତାଲିମ ପ୍ରଦାନ କାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ। ଯୋଗ୍ୟତା ଭିତିରେ ପିଲାମାନଙ୍କୁ ଚାକିରୀ ଓ ପ୍ରଶିକ୍ଷଣ ଦେବାସହ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ପରିଦର୍ଶନରେ ଆସି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ।ଜିଲ୍ଲାର ସମସ୍ତ ଆଠଟି ବ୍ଲକ ଓ ତିନୋଟି ପୋୖରାଞ୍ଚଳରୁ ୧୦୬୯ ଜଣ ଯୁବକ ଓ ଯୁବତୀ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୨୨ ଜଣଙ୍କୁ ଚାକିରୀ ଦେବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ କରାଗଲା।ବିଭିନ୍ନ ଘରୋଇ ସଂସ୍ଥା ରେ ୩୭୯ ଜଣଙ୍କୁ ପ୍ରଶିକ୍ଷଣ ଦେବା, ଏୟାର ଫୋର୍ସରେ ୩୦ ଜଣଙ୍କୁ କାଉଁସିଲିଂ ଓ ୟୁକୋଆରସେଟି ଦ୍ଵାରା ୩୮ ଜଣଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଗଲା।ଏହି ମେଳାରେ ୨୪ଟି ନିଯୁକ୍ତିଦାତା ସଂସ୍ଥା ଓ ୧୫ଟି ପ୍ରଶିକ୍ଷଣଦାତା ସଂସ୍ଥା ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଉପଲବ୍ଧ ସୁବିଧା ସୁଯୋଗ ଓ ମାସିକ ବେତନ ସମ୍ପର୍କରେ ଅବଗତ କରାଇଥିଲେ।

Square Ad 1
Leave A Reply

Your email address will not be published.