Webportal

ଅନୁଗୁଳରେ ପୂଜା କମିଟି କର୍ମକର୍ତା ଆଡରେ ମାତିବାକୁ ଲାଗିଲେଣି ଲୁଟେରା

ଭୟରେ ଲୋକ ଅଭିଯୋଗ କରୁନାହାନ୍ତି ;ପୋଲିସ ମଧ୍ୟ ଅଭିଯୋଗ କର କହି ଚୁପ

sanitry
0 137

ସବୁବର୍ଷ ଭଳି ଏଥର ବି ପୂଜା ଋତୁ ଆରମ୍ଭ ରୁ ଚାନ୍ଦା ଆଦାୟ ନାଁ ରେ ମାତିବା ଆରମ୍ଭ କରିଛନ୍ତି କିଛି ପୂଜା କମିଟି ର ସଦସ୍ୟ। ଲୋକେ ଡରିମରି ଚାନ୍ଦା ଦେଉଥିବାରୁ ଏମାନଙ୍କୁ ଆପଣ ଲୁଟେରା ଗ୍ୟାଙ୍ଗ ବୋଲି ଆଖ୍ୟା ଦେଇ ପାରିବେ। ଏହି ତଥା କଥିତ ପୂଜା କମିଟି କର୍ମକର୍ତା ବା ଲୁଟେରା ଗ୍ୟାଙ୍ଗ ମାନଙ୍କ ଚାହିଦା ମୁତାବକ ଚାନ୍ଦା ନ ଦେଲେ ଲୋକଙ୍କ ରାସ୍ତାରେ ଚାଲିବା କଷ୍ଟ ହେଇ ଯାଉଛି। ସାଧାରଣ ଲୋକେ ସେମାନଙ୍କ ଡରରେ ପୋଲିସ କୁ ଅଭିଯୋଗ ମଧ୍ଯ କରୁ ନାହାଁନ୍ତି। କିନ୍ତୁ କିଏ ହେଲମେଟ ନ ପିନ୍ଧିଛି ବୋଲି ଜାଣି ପାରୁଥିବା ପୋଲିସ ଚାନ୍ଦା ପାଈଁ ଜୁଲମ କରୁଥିବା ପୂଜା କମିଟି ର ଆତଙ୍କରାଜ ଚଳାଇଥିବା ବ୍ୟକ୍ତିଙ୍କ ବିଷୟରେ ଖବର ନ ରଖି ପାରିବା ଖୋଦ ଜିଲ୍ଲା ଜିଲ୍ଲା ପୋଲିସ ବିଭାଗ ପାଈଁ ଘୋର ବିଫଳତାର ପରିଚୟ। ଯଦି ପୋଲିସ ଏ ଦିଗରେ ବର୍ଷ ପରେ ବର୍ଷ ବିଫଳ ହେଉଛି ତେବେ ଚାନ୍ଦା ଜୁଲମ ର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖି ତାଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ର ବ୍ୟବସ୍ଥା କଲେ ପୂଜା କମିଟି ଗୁଡ଼ିକୁ ବଦନାମ କରୁଥିବା କର୍ମକର୍ତା ରୂପୀ ଲୁଟେରା ମାନେ ଗିରଫ ହୋଈ ପାରନ୍ତେ।

Square Ad 1
Leave A Reply

Your email address will not be published.