ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଗୁଳ ର ଅନେକ ଗଣମାଧ୍ୟମ ପ୍ରତିନିଧି ନ ଜାଣିଥିବା ସତ୍ତ୍ୱେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଗୁଳ ଜିଲ୍ଲା ସ୍ତରରେ କାର୍ଯ୍ୟରତ କିଛି trp ଓ ଅଣ trp ଗଣମାଧ୍ୟମ ପ୍ରତିନିଧି ମାନେ ଏଥିରେ ଯୋଗ ଦେଇ କିଭଳି ମ୍ୟାଚ ହେବ ସେ ନେଇ ଆଲୋଚନା କରା ଯାଇଥିଲା । ଆସନ୍ତା ୧୭ ତାରିଖ ଶନିବାର ଦିନ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିବାକୁ ଅନୁରୋଧ କରା ଯାଇ ଥିବା କଥା କୁହାଯାଉଛି ଯାହା ଏକଦମ୍ ମିଛ । ଏହା ସହ ଆଜିର ବୈଠକରେ ଆସନ୍ତା ରବିବାର ଅନୁଗୁଳ ସବ ଡିଭିଜନ ସ୍ତରରେ ହେବାକୁ ଥିବା ରାହାଗିରି ସମ୍ପର୍କରେ ଆଲୋଚନା କରା ଯାଇଥିଲା ।