Webportal

ଅନୁଗୁଳରେ ସିଏଏ ଏନଆରସି ସମର୍ଥନରେ ବାହାରିଲେ ସାଧାରଣ ଜନତା, ଦେଖାଗଲା ସଠିକ ତଥ୍ୟର ଅଭାବ

sanitry
0 423

ଆଜି ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଏଏ ଓ ଏନଆରସି ସପକ୍ଷରେ ଏକ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଜ୍ଞାମ୍ପନ ପ୍ରଦାନ କରିଥିଲେ,ଯେଉଁଥିରେ ଏହାର ସପକ୍ଷରେ ନିଜର ପକ୍ଷ ରଖିବା ସହ ରାଜ୍ୟ ସରକାର ତୁରନ୍ତ ଉକ୍ତ ଆଇନକୁ କାର୍ଯକାରୀ କରିବାକୁ ଦାବି ଜଣାଇଥିଲେ।ଏହି ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା,ବିଦ୍ୟାର୍ଥୀ ଓ ବିଜେପି ର ସ୍ଥାନୀୟ ନେତା ସାମିଲ ହୋଇଥିଲେ। କିନ୍ତୁ ଜୋଶରେ ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ଏନଆରସି କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଦେଲେ ଯାହାକି ଅଦରକାରୀ , କାରଣ ପ୍ରଧାନମନ୍ତ୍ରୀ ସ୍ୱୟଂ ଏବେ ଏନଆରସି ଲାଗୁ କରିବାର କୌଣସି ପ୍ରସ୍ତାବ ହେଇ ନ ଥିବା କଥା କହିଛନ୍ତି।ତେଣୁ ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ସଠିକ ତଥ୍ୟ ରଖି ସାଧାରଣରେ ଉପସ୍ଥାପନ କଲେ ଲୋକମାନଙ୍କ ନିକଟରେ ପ୍ରକୃତ ବାର୍ତା ପହଂଚି ପାରନ୍ତା।

Square Ad 1
Leave A Reply

Your email address will not be published.