ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ସପକ୍ଷରେ ରାଜ୍ୟବ୍ୟାପି ବ୍ୟାପକ ଜନଜାଗରଣ ପରିପ୍ରେକ୍ଷୀରେ ଆଜି ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ସଚେତନତା ପଦଯାତ୍ରା କରାଯାଇଛି।ଏହି ଅବସରରେ ବିଜେପି ନେତୃବୃନ୍ଦ କହିଛନ୍ତି ଯେ ଦେଶରେ ଲାଗୁହୋଇଥିବା ନାଗରିକତା ଆଇନ ବିଷୟରେ ବିରୋଧୀ ଦଳର ନେତାମାନେ ବିଭ୍ରାନ୍ତି କର ମନ୍ତ୍ୱବ୍ୟ ଦେଇ ଦେଶ ବାସିଙ୍କ ମଧ୍ୟରେ ତିକ୍ତତା ଓ ଭ୍ରମ ସୃଷ୍ଟି କରୁଛନ୍ତି।ଦେଶରେ ଆଜି ମଧ୍ୟ ମୁସଲମାନ ଭାଇଭଉଣୀ ମାନେ ଅନ୍ୟ କୌଣସି ସମ୍ପ୍ରଦାୟ ପରି ସୁରକ୍ଷିତ ଅଛନ୍ତି ।ଯଦି ସରକାର ମୁସଲମାନ ସମ୍ପ୍ରଦାୟ ମାନଙ୍କୁ ବିରୋଧ କରିଥାନ୍ତା ତାହେଲେ ଅବଦୁଲ କଲାମ ଏବଂ ତାଙ୍କ ପରି ଅନେକ ମହାନ ନେତା ବିଜେପି ସରକାର ଓ ଦେଶର ସର୍ବୋଚ୍ଚ ପଦପଦବି ରେ ରହି ନ ଥାନ୍ତେ।ବିଭିନ୍ନ ଦେଶରୁ ଲାଞ୍ଚନା ର ଶିକାର ହୋଇ ଭାରତରେ ସରଣ ନେଉଛନ୍ତି ୫ରୁ ଅଧିକ ସମ୍ପ୍ରଦାୟର ଲୋକେ।ସେମାନେ ଆମଦେଶର। ନlଗରିକତା ଆଇନ ଲାଗୁ ହେବେ ପରେ ବିଶେଷ କରି କଂଗ୍ରେସ ଓ ବାମ ପନ୍ଥୀ ଦଳ ଏହାକୁ ବିରୋଧ କରୁଛି।ମାତ୍ର ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟଙ୍କ କୌଣସି କ୍ଷତି ହେବନାହିଁ । ଅନୁଗୋଳ ସିଏଏ ସପକ୍ଷ ଯାତ୍ରାରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଷ୍ଟାଡିୟମ ରୁ ରାଲି ବାହାରି ଅନୁଗୋଳ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।