ଆଜି ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆୟୋଜିତ ନୂତନ ତିନୋଟି ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନ -୨୦୨୩ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସେମିନାର ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଗୋଳ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଜଜ (ଭିଜିଲାନ୍ସ ) ରାଜଲଷ୍ମୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଏଡିଜେ ତଥା ସେସନ୍ସ ଜଜ ରଂଜିତା ଜ୍ୟୋତିଷି, ଅନୁଗୋଳ କୋର୍ଟ ର ପବ୍ଲିକ ପ୍ରୋସିକ୍ୱିଟର ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇଆଇଏମ, ବୁର୍ଲା, ସମ୍ବଲପୁର ର ପ୍ରଫେସର ଡ଼. ସୁନିତ କୁମାର ପୃସେଠ ଯୋଗଦେଇ ମିଳିତ ଭାବେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସେମିନାର କୁ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଜଜ ରାଜଲକ୍ଷ୍ମୀ ପଟ୍ଟନାଏକ, ସମ୍ମାନିତ ଅତିଥି ଜଜ ରଂଜିତା ଜ୍ୟୋତିଷି ଓ ପିପି ପ୍ରଦୀପ କୁମାର ଦାଶ ଭାରତୀୟ ନ୍ୟାୟ ବ୍ୟବସ୍ଥା ଓ ନୂତନ ତିନୋଟି ଆଇନ ସମ୍ବନ୍ଧରେ ବିକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ପ୍ରଫେସର ସୁନିତ କୁମାର ପୃସେଠ ଦେଶର ଆର୍ଥିକ ସଂସ୍କାର, ପ୍ରଶାସନିକ ସଂସ୍କାର, ଆଇନ ବ୍ୟବସ୍ତାର ସଂସ୍କାର ର ପରିବର୍ତ୍ତନ ଆବଶ୍ୟକତା ଅତ୍ୟନ୍ତ ଜରୁରୀ କହିବା ସହିତ ପୋଲିସ ଏଫଆଇଆର ଗ୍ରହଣ କରିବାକୁ ବାଧ୍ୟ ଅଟେ ଓ ଶେଷ ଧାଡିରେ ବସିଥିବା ବ୍ୟକ୍ତି ଙ୍କୁ ନ୍ୟାୟ ମିଳିଛି କି ନାହିଁ ତାହା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ। ବର୍ତ୍ତମାନ ଆଇନ ବ୍ୟବସ୍ଥା ଇଲେକ୍ଟ୍ରୋନିକ୍ସ ଓ ଡିଜିଟାଲ ଟେକ୍ନୋଲୋଜି ଉପରେ ନିର୍ଭରଶିଳ ହୋଇପଡିଛି କହିବା ସହ ବର୍ତ୍ତମାନ ଭାରତୀୟ ନ୍ୟାୟ ବ୍ୟବସ୍ଥା ସେବାର ପରିବର୍ତ୍ତନ ଆବଶ୍ୟକ ଦେଖାଦେଇଛି। ପ୍ରାରମ୍ଭରେ ମୃତ୍ୟୁବରଣ କରିଥିବା ଆଇନଜୀବୀ ମାନଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପାର୍ଥନା କରାଯାଇଥିଲା, ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଆଇନଜୀବୀ ବେନାଜିର ଷଡ଼ଙ୍ଗୀ, ସରିତା ମିଶ୍ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ସଂଘ ର ବରିଷ୍ଠ ଆଇନଜୀବୀ ପରମା ନନ୍ଦ ମିଶ୍ର କାର୍ଯ୍ୟକ୍ରମ ର ପରିଚାଳନା କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଆଇନଜୀବୀ ବେନାଜିର ଷଡ଼ଙ୍ଗୀ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ସୁବାସ ଚନ୍ଦ୍ର ସାହୁ ଓ ପ୍ରମୋଦ ପ୍ରଧାନ ପ୍ରମୁଖ ନୂତନ ଆଇନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସେମିନାର ରେ ଓକିଲ ସଂଘ ର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ବସନ୍ତ କୁମାର ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ପ୍ରଦୀପ କୁମାର ଦେବତା, ଗୋପାଳ ଚନ୍ଦ୍ର ନାଥ ଙ୍କ ସମେତ ଅନୁଗୋଳ, ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘ ର ଆଇନଜୀବୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ବ୍ୟକ୍ତି ଓ ଆଦର୍ଶ ଆଇନ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅନୁଗୁଳ ଓକିଲ ସଂଘ ର ଉପସଭାପତି ଶିବାଶିଷ କର, ସହସମ୍ପାଦକ ପ୍ରଦୀପ୍ତ କୁମାର ଭୁତିଆ, ସାଂସ୍କୃତିକ ସମ୍ପାଦକ ବିନୋଦ କୁମାର ପ୍ରଧାନ, କୋଷାଧକ୍ଷ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ମାନେ ଏହି ସେମିନାର ରେ ସହଯୋଗ କରିଥିଲେ।