Webportal

ଅନୁଗୁଳ ଜିଲ୍ଲାପାଳଙ୍କ ଭିଜନ ୨୦୨୩; ସଫଳତା ଉପରେ ପ୍ରଶ୍ନଚିହ୍ନ

sanitry
0 196

୨୦ ଫେବୃଆରୀ ୨୦୨୧ ରେ ଅନୁଗୁଳ ଜିଲ୍ଲାପାଳ ଏକ ସାମ୍ୱାଦିକ ସମ୍ମିଳନୀ ରେ ଜିଲ୍ଲା ପ୍ରଶାସନର ଭିଜନ ୨୦୨୩ (vision 2023) ନାମରେ ଏକ ମହତ୍ତ୍ୱକାଙ୍କ୍ଷୀ ବା ଉଚ୍ଚ ଅଭିଳାଷ ପୂର୍ଣ୍ଣ ଯୋଜନା ଆଣିଥିବା ଘୋଷଣା କରିଥଲେ। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଖଣି ଖଦାନ ପୂର୍ଣ୍ଣ ଅନୁଗୁଳ ଜିଲ୍ଲାର ସବୁ ପ୍ରକାର ବିକାଶ କରିବା। କିନ୍ତୁ ଏବେ ଉକ୍ତ ଭିଜନ ର ଆଶାନୁରୂପ ସଫଳତା ଉପରେ ପ୍ରଶ୍ନଚିହ୍ନ ଉଠୁଛ।

ଜିଲ୍ଲାପାଳଙ୍କ କହିବା ଥିଲା ଯେ ପରିବେଶ, ପ୍ରାକୃତିକ ସୁରକ୍ଷା, ସାଂସ୍କୃତିକ ପରମ୍ପରା, ମନୁଷ୍ୟ ର ଉନ୍ନତି ଆଦିରେ ଅନୁଗୁଳ ସମଗ୍ର ଦେଶରେ ଅଗ୍ରଣୀ ଉଦାହରଣ ସୃଷ୍ଟି କରିବ। ଏହା ବର୍ତ୍ତମାନ ପରିସ୍ଥିତିରେ ସ୍ବପ୍ନ ଭଳି ମନେହୁଏ।

ତା ସହିତ ଉନ୍ନତ ମାନର ଶିକ୍ଷା କୁ ଦୃଷ୍ଟିରେ ରଖି ତାଳଚେରରେ ବିଶ୍ଵ ସ୍ତରୀୟ ଲାଇବ୍ରେରୀ ନିର୍ମାଣ ସହିତ ପାଞ୍ଚଟି ଉନ୍ନତ ମାନର କେନ୍ଦ୍ରିକ ରୋଷେଇ ଘର ର ଯୋଜନା ମଧ୍ୟ ଥିଲା। ଏହାବାଦ ଶିକ୍ଷାନୁଷ୍ଠାନ ଗୁଡିକ ରେ Bala ପ୍ରଣାଳୀ ଓ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ବିଦେଶୀ ଭାଷାର ଶିକ୍ଷାଦାନ ମଧ୍ୟ ଯୋଜନାର ଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକଙ୍କୁ ସୂଚନା ନ ଦେଉ ଥିବାରୁ ଓ ଜିଲ୍ଲାପାଳ ଅନେକ ବ୍ୟସ୍ତ ରହୁଥିବା କାରଣରୁ ନିଜେ ପସନ୍ଦ କରୁ ନ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଯୋଗାଯୋଗ ରଖିବାରେ ଅନିଚ୍ଛୁକ ଥିବା ଭଳି ଜଣାପଡୁଛି, ତେଣୁ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କିତ ଅଗ୍ରଗତି ସମ୍ପର୍କରେ ତାଙ୍କର ପ୍ରତ୍ରିକ୍ରୀୟା ନେବାରେ ଆମେ ସଫଳ ହୋଇ ନ ଥିଲେ ମଧ୍ୟ ନିଜସ୍ଵ ଅନୁସନ୍ଧାନରୁ ଜଣାପଡିଛି ଯେ ବିଦେଶୀ ଭାଷାରେ ଶିକ୍ଷାଦାନ ଓ ବାଲା ପ୍ରଣାଳୀ  ଲାଗୁକରିବା ପାଇଁ କିଛି ଯୋଜନା ବିଷୟରେ କେହି ଜାଣି ନାହାଁନ୍ତି।ପାଞ୍ଚଟି ଉନ୍ନତ ମାନର କେନ୍ଦ୍ରିକ ରୋଷେଇ ଘର ଯୋଜନା ମଧ୍ୟ ରୁ ଦୁଇଟି ପାଇଁ ହାଲରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି।

ନାଗରିକ ମାନଙ୍କୁ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦକ୍ଷତା ମାନ୍ୟତା, କାୟକଳ୍ପ ମାନପତ୍ର ଓ ଲକ୍ଷ୍ୟ ମାନପତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଥିଲେ। ଏ ସନ୍ଦର୍ଭରେ ମଧ୍ୟ ସେମିତି କିଛି ଅଗ୍ରଗତି ହେଲା ଭଳି ମନେହୁଏ ନାହିଁ।

ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଓଡ଼ିଶା ମିଲେଟ ମିଶନ ଛେଣ୍ଡିପଦା, ଅନୁଗୁଳ, କିଶୋର ନଗର, ଆଠମଲ୍ଲିକ ଏବଂ ପାଲ୍ଲହରା ବ୍ଲକ ଗୁଡିକରେ ଆରମ୍ଭ କରାଯିବ ବୋଲି କୁହା ଯାଇଥିଲା। ଏହି ମିଶନ ଚାଲୁଥିବାରୁ ଏହା ନେଇ ଲୋକେ ଉତ୍ସାହିତ ଥିବା ଜଣାପଡ଼ିଲା।

ଏହା ସହିତ ପ୍ରଶାସନ ୯୦୦୦୦ ଘରକୁ ପାଇପ ଲାଇନ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ୭୩.୩୭ MLD କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସେଇବ ବୋଲି କହିଥିଲେ ଜିଲ୍ଲାପାଳ। ଏହି ମିଶନ ମଧ୍ୟ କେବେ କିପରି ପୂର୍ଣ୍ଣ ହେବ ତାହା ସନ୍ଦେହ ଘେରରେ ରହିଛି। ଏଠି ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ନ ଦେବାରୁ ଓ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ନ ହେଇ ପାରୁଥିବାରୁ ଆଉ ଅଧିକ ତଥ୍ୟ ପାଠକ ମାନଙ୍କୁ ଦେବା ସମ୍ଭବ ହେଉନାହିଁ।

ଏବେ ଦେଖାଯାଉ ଜିଲ୍ଲାପାଳ ଦେଖାଇ ଥିବା ସ୍ବପ୍ନ ୨୦୨୩ ରେ ପୂରଣ ହେବ ନା ଅନ୍ୟ କିଛି ଯୋଜନା ଗୁଡିକ ପରି କଣ୍ଟ ବଢ଼ି ଚାଲିବ।

Square Ad 1
Leave A Reply

Your email address will not be published.