Webportal

ଅନୁଗୁଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

sanitry
0 189

ପ୍ରଥମ ବର୍ଷ ଅନୁଗୁଳ ଜିଲ୍ଲାର ମା ବିନିକେୟୀ ପୀଠରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ ଉତ୍ସବ ।
ଉତ୍କଳର ନିଜସ୍ୱ ପରମ୍ପରା ଓ ଐତିହ୍ୟ ଅାଜି ବି ଉଦଯୀବିତ ।ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତରେ ଗୁଞ୍ଜରଣ ହୋଇ ଉଠୁଥିଲା ବିନିକେୟୀ ପୀଠ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ଐତିହ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଅାଜି ମା ବିନିକେୟୀ ପୀଠ ଦରୁହା ଠାରେ ପ୍ରଥମ କରି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ଅାଗାମୀ ଦିନରେ ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବ ଭାବେ ପ୍ରତିଷ୍ଠା କରିବା ଓ ସମସ୍ତଙ୍କ ସହଯୋଗରେ ଅାଗାମୀ ଦିନରେ ବଡ ଧୁମଧାମରେ ପାଳନ କରିବା ନେଇ ମତବ୍ୟକ୍ତ କରିଥିଲେ ।ଏହି ଉତ୍ସବରେ ଅାଠମଲ୍ଲିକ ଉପଜିଲ୍ଲାପାଲ ସମ୍ମାନୀତ ଅତିଥି,ସ୍ଥାନୀୟ ତହସିଲଦାର, ବ୍ଲକ ଅଧ୍ୟକ୍ଷା ,କିଶୋରନଗର ବ୍ଲକ ଅଧ୍ୟକ୍ଷା ,ଅାଠମଲ୍ଲିକ ଓ କିଶୋରନଗର ବ୍ଲକର ସମସ୍ତ ସରପଞ୍ଚ,ସମିତିସଭ୍ୟ ଅନ୍ୟାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସକାଳୁ ଅତିଥି ମାନେ ମା ବିନିକେୟୀ ପୀଠରେ ପହଞ୍ଚି ଦର୍ଶନ କରିବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ନାମସଂକୀର୍ତ୍ତନରେ ଅତିଥି ମାନେ ନଦୀତଠକୁ ଯାଇ ଡଙ୍ଗା ଭସାଇଥିଲେ । ପରେ ସାଧବ,ସାଧବାଣୀ ବେଶରେ କିଛି କୁନି କଳାକାରମାନେ ମଧ୍ୟ ଭାଗନେଇଥିଲେ । ବିଧାୟକ ନଦୀତଠକୁ ଯିବାପରେ ନଦୀରେ ଡଙ୍ଗାରେ ସାଧବ ପୁଅମାନଙ୍କ ସହ ବୁଲିଥିଲେ । ବୁଲିବା ପରେ ନଦୀ ପାଖରେ ଥିବା ମଞ୍ଚରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଓଡିଶାର ପ୍ରାଚୀନ ପାରମ୍ପରିକ ନୈବାଣିଜ୍ୟ କିପରି ଅର୍ଥନୈତିକ ବିକାଶରେ ସହାୟକ ହୋଇଥିଲା, ତାହା ବର୍ଣ୍ଣନା କରିଥିଲେ । ଜାତିର ଇତିହାସକୁ ରୋମନ୍ଥନ କଲେ ଏହା ସମାଜ ବିକାଶରେ ସହାୟକ ହୋଇଥାଏ ବୋଲି କିହବା ସହ ଉତ୍କଳୀୟ ପରମ୍ପରାକୁ ବଜାୟ ରଖିବାକୁ ଉତ୍ସବ ପାଳନ କରିଥିବାରୁ ସମସ୍ତ ସହଯୋଗୀମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।  ଏହି ଉତ୍ସବରେ ବିଭିନ୍ନ କଳାକାର ମାନେ ଯୋଗଦେଇଥିଲେ ।କଳାକାରମାନଙ୍କର ସୁନ୍ଦର କଳାକୃତିକୁ ନେଇ ମଞ୍ଚରେ ପୁରଷ୍କୃତ କରାଯାଇଥିଲା ।ଉତ୍ସବରେ ଅାଠମଲ୍ଲିକ ପୋଲିସ କାର୍ଯ୍ୟାଳୟ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଅାଠମଲ୍ଲିକ ଦମକଳ ବାହିନୀ,ଅାଠମଲ୍ଲିକ ଡାକ୍ତରଖାନର କର୍ମକର୍ତ୍ତା,ହଜାର ହଜାର ଶ୍ରଦ୍ଧାଳୁ,ଯୁବଗୋଷ୍ଠି,ସ୍ଥାନୀୟ ଜନସାଧାରଣ ଯୋଗଦେଇଥିବା ବେଳେ ଉତ୍ସବର ଅାନନ୍ଦ ଉପଭୋଗ କରିଥିଲେ ।

Square Ad 1
Leave A Reply

Your email address will not be published.