Webportal

ଅନୁଗୁଳ ଜିଲ୍ଲାରେ ମତଦାନ

sanitry
0 327

 

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଅନୁଗୁଳ ଜିଲ୍ଲାରେ ଭୋଟ ଗ୍ରହଣ ଶେଷ ହୋଇଛି। ଏହି କ୍ରମରେ ଅନୁଗୁଳ, ତାଳଚେର, ପାଲହଡା ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ଏବଂ ଛେଣ୍ଡିପଦା,ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ପୁରାପୁରି ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି।ଜିଲ୍ଲାରେ ମୋଟ ୧୧୬୩ ଟି ପୋଲିଂ ବୁଥ ରେ ମତଦାନ କରାଯାଇଛି।ଆଜିର ମତଦାନ ପରେ ଆଶାୟୀ ମାନଙ୍କର ଭାଗ୍ୟ ଇ ଭି ଏମ ରେ ସିଲ ହୋଇଯାଇଛି ଯେଉଁମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ବିଜେଡି ର ମହେଶ ସାହୁ ଓ ରଜନୀକାନ୍ତ ସିଂହ, ବିଜେପି ର ରୁଦ୍ର ନାରାୟଣ ପାଣି, ନୀତିଶ ଗଙ୍ଗଦେଓ, ଅଗସ୍ତି ବେହେରା ଓ ଅଶୋକ ମହାନ୍ତି, ଏବଂ କଂଗ୍ରେସ ଦଳ ର କାମାକ୍ଷା ପ୍ରସାଦ ସିଂହଦେଓ, ସସ୍ମିତା ବେହେରା ଓ ବିଜୟାନନ୍ଦ ଚାଉଳିଆ। ଆଜିର ନିର୍ବାଚନ ରେ ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ର ଗୁଡିକରେ ସର୍ବନିମ୍ନ ସୁବିଧା ଯଥା ବିଶୁଦ୍ଧ ପାନୀୟ ଜଳ, ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର, ପଙ୍ଖା ଏବଂ ଖରାରେ ଲାଇନ ରେ ଛିଡା ହେବା ପାଇଁ ଶେଡ଼ ଆଦିର ବ୍ୟବସ୍ଥା କରାଯାଇଥିଲା।ଲୋକମାନେ ଭୀଷଣ ତାପମାନ ସତ୍ତ୍ୱେ ମତଦାନ ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।ଜିଲାରେ ମୋଟ ଭୋଟରଙ୍କ ସଂଖ୍ୟା ହେଲା ୯୭୪୯୫୧ ଯେଉଁଥିରେ ପୁରୁଷ ଭୋଟର ୫୦୭୩୨୯, ମହିଳା ଭୋଟର ୪୬୭୫୭୮ ଓ ଅନ୍ୟାନ୍ୟଙ୍କ ସଂଖ୍ୟା ୪୪ । ସମଗ୍ର ଜିଲ୍ଲାରେ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଅନୁଗୁଳ, ପାଲହଡା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ୨୮ଟି ମତଦାନ କେନ୍ଦ୍ର ମାଓ ପ୍ରବଣ ଭାବେ ଚିହ୍ନଟ ହେଇଥିବାରୁ ସେଠାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଆଜିର ମତଦାନ ର ପ୍ରତିଶତ ହେଉଛି ହାରାହାରି ୬୫.

Square Ad 1
Leave A Reply

Your email address will not be published.