ଗତକାଲି ଅନୁଗୁଳ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଧେଶ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।ନୂତନ ନିର୍ଦ୍ଦେଶ ଅନୁଯାୟୀ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଦୋକାନ ସମ୍ପର୍କିତ କଟକଣା ମେଡ଼ିସିନ ଦୋକାନ ପାଇଁ ଲାଗିବ ନାହିଁ।
ଏଣୁ ଅନୁଗୁଳ ଜିଲ୍ଲାର ସମସ୍ତ ମେଡ଼ିସିନ ଦୋକାନ ଗୁଡିକ ପୂର୍ବଭଳି ସେମାନଙ୍କ ନିର୍ଘଣ୍ଟ ସମୟ ଅନୁଯାୟୀ ଖୋଲା ଓ ବନ୍ଦ କରାଯାଇ ପାରିବ। ଏହି ନିର୍ଣ୍ଣୟ ସର୍ବସାଧାରଣଙ୍କ ହିତରେ ନିଆଯାଇଛି।