ଅନୁଗୁଳ ଜିଲ୍ଲାରେ ଶନିବାର ଦିନ ଲକ ଡାଉନ ନ ମାନିବା ପାଇଁ ତେଇଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଏଗାରଟି ମୋଟର ସାଇକେଲ,ଗୋଟିଏ ସାଇକେଲ ଓ ଦେଶୀମଦ ଆଦି ଜବତ କରାଯାଇଛି।ବନ୍ତଳା ଥାନାରେ ଜଣେ, କଲିଆରୀ ଥାନାରେ ଜଣେ, ଖମାର ଥାନାରେ ଅଠର ଜଣ ଓ ହଣ୍ଡପା ଥାନାରେ ଦୁଇଜଣ ଓ ବନରପାଲ ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ,ଆଠମଲ୍ଲିକ ଥାନାରେ ଜଣେ ଓ ଅନୁଗୁଳ ଥାନାରେ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କ୍ୱାରେଣ୍ଟଟାଇନ ହୋମକୁ ସିଫ୍ଟ କରିଦିଆଯାଇଛି।