ଅନୁଗୁଳ ଜିଲ୍ଲାରେ ଶନିବାର ଲକ ଡାଉନ ନ ମାନିବା ପାଇଁ ୫୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୨ ଟି ମଟର ସାଇକେଲ ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।କଣିହାଁ ଥାନାରେ ଜଣେ, କିଶୋରନଗର ଥାନାରେ ଚାରି ଜଣ, କଲିଆରୀ ଥାନାରେ ତିନି ଜଣ, ତାଳଚେର ଥାନାରେ ତିନି ଜଣ,ଛେଣ୍ଡିପଦା ଥାନାରେ କୋଡିଏ ଜଣ,ଇଣ୍ଡଷ୍ଟ୍ରିଆଲ ଥାନାରେ ଦୁଇ ଜଣ ,ଠାକୁରଗଡ଼ ଥାନାରେ ଥାନାରେ ୪ ଜଣ,ଆଠମଲ୍ଲିକ ଥାନାରେ ୮ ଜଣ, ଅନୁଗୁଳ ଥାନାରେ ଚାରି ଜଣ ଓ ହଣ୍ଡପା ଥାନାରେ ଦୁଇ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି ଗୁଜବ ପ୍ରଚାର କରିବା ପାଇଁ ରେଙ୍ଗାଳୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଏକ ମୋବାଇଲ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।