ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୮ ଟି ମଟର ସାଇକେଲ,ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ, ଜରପଡା ଥାନାରେ ଦୁଇ ଜଣ, କଲିଆରୀ ଥାନାରେ ୧୧ ଜଣ, ଅନୁଗୁଳ ଥାନାରେ ୮ ଜଣ,ବନରପାଲ ଥାନାରେ ଜଣେ,ଏନଟିପିସି ଥାନାରେ ୫ ଜଣ ଓ ଆଠମଲ୍ଲିକ ଥାନାରେ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ଜରପଡା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।