ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ ଜିଲ୍ଲାରେ
ଲକଡାଉନ ନ ମାନିବା ପାଇଁ ୩୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୬ ଟି ମୋଟର ସାଇକେଲ ଜବତ କରାଯାଇଛି।ଅଭିଯୁକ୍ତ ମାନଙ୍କ ମଧ୍ୟରୁ କିଏ ବିନା କାରଣରେ ବାହାରେ ବୁଲୁଥିଲା ତ କିଏ ବାହାରୁ ଆସୁଥିବା ଶ୍ରମିକ, ଆଉ ଫୁଣି କିଏ ଦିନ ୧ ଟା ପରେ ଦୋକାନ ଖୋଲା ରଖିବା ସହ ସାମାଜିକ ଦୂରତା ରକ୍ଷା କରିବାରେ ବିଫଳ ଥିଲା ତ କିଏ ସାମାଜିକ ଦୂରତ୍ୱ ବଜାୟ ରଖୁ ନ ଥିଲା।
ଅନୁଗୁଳ ଥାନାରେ ୬ ଜଣ, ବନରପାଲ ଥାନାରେ ୨୪ ଜଣ, ଜରପଡା ଥାନାରେ ଜଣେ, ବନ୍ତଳା ଥାନାରେ ଜଣେ, ହଣ୍ଡପା ଥାନାରେ ତିନି ଜଣ, ତାଳଚେର ଥାନାରେ ଜଣେ ଓ ଛେଣ୍ଡିପଦା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।