ନିଆରା ପଦକ୍ଷେପ।ପୋଲିସ ପକ୍ଷରୁ ଆୟୋଜିତ ହେଲା ମେଗା ରକ୍ତଦାନ ଶିବିର।ହଁ ଅନୁଗୁଳ ଜିଲ୍ଲା ପୋଲିସ ସଫଳତାର ସହିତ ରକ୍ତଦାନ ଶିବିର ଅନୁଷ୍ଠିତ କରିଛନ୍ତି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶନିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଏହି ଶିବିର ଉଦଘାଟନ କରି ପ୍ରଥମେ ନିଜର ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରରେ ୧୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଜିଲ୍ଲା ପୋଲିସ ସ୍ଵେଚ୍ଛାକୃତ ଭାବେ ନିଜର ରକ୍ତ ଦାନ କରିଛନ୍ତି ଯେଉଁଥିପାଇଁ ସେମାନେ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର l
ଏପରି ମହତ କାର୍ଯ୍ୟ କରି ଜିଲ୍ଲା ପୋଲିସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

Prev Post
Next Post