ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫୁଣି ଶବ ର ଆଖି ଉଭାନ
ଲଗାତାର ଦୁଇ ଥର ହେଇଥବା ସମାନ ସାଙ୍ଘାତିକ ଘଟଣା ପାଇଁ କଣ ତଦନ୍ତ ନିରପେକ୍ଷ ହେବ
ତିନି ଦିନ ବ୍ୟବଧାନ ରେ ପୁନର୍ବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ରଖାଯାଇଥିବା କୋଠରୀରୁ ଶବର ଆଖି ଗାୟବ। ଗତକାଲି କୁସଲିକା ଗ୍ରାମ ଜମେଶ୍ୱର ନାୟକଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଯାହାର ଶବ ବ୍ୟବଚ୍ଛେଦ ସନ୍ଧ୍ୟା ହେଇଯାଇଥିବାରୁ ହୋଇ ପାରି ନ ଥିଲା।ଆଜି ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ବାହାର କଲା ବେଳକୁ ଶବର ବାଁ ଆଖି ଗାୟବ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଲଗାତାର ଘଟିଥିବା ସମାନ ଘଟଣା କେବଳ ସାମାନ୍ୟ କେବେ ବି ହେଇ ନ ପାରେ।ଯଦି ନିଃସ୍ୱାର୍ଥ ଭାବେ ତଦନ୍ତ କରାଯାଏ ତେବେ ପ୍ରକୃତ କାରଣ ସାମନାକୁ ଆସିବ ନିଶ୍ଚିତ।