Webportal

ଅନୁଗୁଳ ବିଧାନସଭା ଆସନ ହାଲଚାଲ

sanitry
0 251

ଆସନ୍ତା ତେଇଶ ତାରିଖରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଦାନ ହେବାକୁ ଥିବାବେଳେ ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ଅଙ୍କକଷା ଜୋର ଧରିଲାଣି। ବିଗତ ନିର୍ବାଚନ ସବୁ ଭଳି ଏଥର ନିର୍ବାଚନ ରେ ହାୱା କେଉଁ ଦଳ କିମ୍ବା ପ୍ରାର୍ଥୀ ସପକ୍ଷରେ ଅଛି ତାହା ଆକଳନ କରିବା ସମ୍ଭବ ହେଉନାହିଁ ,କାରଣ ଏଥର ନିର୍ବାଚନ ରେ ଭୋଟର ମାନଙ୍କ ମୁଡ ପରିଷ୍କାର ଭାବେ ଏ ପର୍ଯ୍ୟନ୍ତ ଜଣାପଡୁନାହଁ।କିନ୍ତୁ ଆମ ଟିମ ଏକ ସର୍ଭେ କରିଥିଲା।ସେଥିରୁ ଯାହା ଜଣାପଡୁଛି ମୁଖ୍ୟ ପ୍ରତିଦ୍ବନ୍ଦିତା ଶାସକ ବିଜେଡି ଓ ଜାତୀୟ କଂଗ୍ରେସ ପ୍ରାର୍ଥୀ ମଧ୍ୟରେ ହେବାକୁ ଯାଉଛି ସ୍ୱାଭାବିକ ଭାବରେ ଶାସକ ବିଜେଡ଼ି ଦଳର ପ୍ରାର୍ଥୀ ଶ୍ରୀ ରଜନୀକାନ୍ତ ସିଂହ ଦଳ ଓ ନିଜର ତିଆରି କରାଯାଇଥିବା ଭୋଟବ୍ୟାଙ୍କ ର ଲାଭ ଉଠାଇ ପ୍ରତିଯୋଗିତାରେ ଲାଭରେ ରହିବେ। ସେପଟେ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ବିପ୍ଳବ ଜେନାଙ୍କର ନିର୍ବାଚନ ମଣ୍ଡଳୀ ର କିଛି ଅଞ୍ଚଳରେ ପାରମ୍ପାରିକ ଭୋଟବ୍ୟାଙ୍କ ଅଛି ଓ ତାଙ୍କର ଲୋକସମ୍ପର୍କ ବିଶେଷକରି ଯୁବା ମହଲରେ ଥିବା ଦୃଢ଼ ସମ୍ପର୍କ ଓ ଦଳର ଆକର୍ଷଣୀୟ ନିର୍ବାଚନୀ ଇସ୍ତାହାର ପାଇଁ ସେ ମଧ୍ୟ ଶାସକ ଦଳର ପ୍ରାର୍ଥୀଙ୍କୁ ଜୋରଦାର ଟକର ଦେବେ। ବାକି ରହିଲେ ଅନ୍ୟତମ ଦୃଡ଼ ପ୍ରତିଦ୍ୱନ୍ଦୀ ବିଜେପିର ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ସେ ଜଣେ ଟାଣୁଆ ଯୁବା ନେତା ଭାବେ ବେଶ ଜଣାଶୁଣା ଓ ଗତଥର ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ।ସେ ତାଙ୍କର ଉତ୍ତମ ଜନସମ୍ପର୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉପଲବ୍ଧି କୁ ମୁଖ୍ୟତଃ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ କଠୋର ପରିଶ୍ରମ କରୁଛନ୍ତି।କିନ୍ତୁ ତାଙ୍କୁ ଦଳ ଭିତରେ ପରୋକ୍ଷରେ ବିରୋଧ କରାଯାଉଥିବା ଖବର ମିଳୁଛି ଏବଂ ଦଳର କିଛି ଅସନ୍ତୁଷ୍ଟ ନେତା ଠିକ ନିର୍ବାଚନ ସମୟରେ ଅନ୍ୟ ଦଳରେ ଯୋଗ ଦେଇ ଥିବାରୁ ଦଳର କିଛି ଭୋଟବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯେଉଥିପାଇଁ ଗଭୀର ପରିଶ୍ରମ କରିବା ସତ୍ୱେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ନିଜ ପ୍ରତିଦ୍ୱନ୍ଦୀ ମାନଙ୍କ ଠାରୁ ପଛରେ  ପଡିଯିବାର  ଆଶଙ୍କା ରହିଛି।ସେ ଯାହାହେଉ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଉପରୋକ୍ତ ତିନି ପ୍ରାର୍ଥୀଙ୍କ ମଧ୍ୟରେ ହେବା ନିଶ୍ଚିତ ଓ ମଇ ମାସ ପଚିଶ ତାରିଖରେ ଫଳାଫଳ ଘୋଷଣା ହେବାପରେ କିଏ ବିଧାୟକ ଭାବେ ନିର୍ବାଚିତ ହେବେ ଜଣାପଡିବ।

Square Ad 1
Leave A Reply

Your email address will not be published.