Webportal

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ସିସି ଟିଭି କାମ ନ କରିବା ଓ ସୁରକ୍ଷା କର୍ମୀ ନ ରହିବା ପାଇଁ ମନ୍ଦିର ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟୀ କଲେ ପରିଚାଳନା କମିଟି ସଦସ୍ୟ

sanitry
0 65

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି।ସିସି ଟିଭି କାମ ନ କରିବା ଓ ସୁରକ୍ଷା କର୍ମୀ ନ ରହିବା ପାଇଁ ମନ୍ଦିର ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟୀ କଲେ ପରିଚାଳନା କମିଟି ସଦସ୍ୟ।ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ରାହୁଲ ଜୈନ ସମ୍ଭାଳିବା ପରେ ଟାଉନ ଥାନା ପୋଲିସର ସଫଳତା ହାର ବଡିବା ସହ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାର ଖବର ରହିଛି। ଠିକ ଏହି ସମୟରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଓ ଟାଉନ ଥାନା ପୋଲିସ କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଅନୁଗୁଳ ସହର ର କେନ୍ଦ୍ରସ୍ଥଳି ରେ ଅବସ୍ଥିତ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ରୁ ବଡ ଧରଣର ଚୋରି କରି ପଳାଇଛନ୍ତି ଅପରାଧୀ। ଯଦି ଜଗତର ନାଥ ଜଗନ୍ନାଥଙ୍କ ନିକଟରୁ ସହର ମଝିରୁ ଚୋରି ହେଇଯାଉଛି ତେବେ ସାଧାରଣ ମଣିଷ ଟିଏ ନିଜ ଓ ନିଜର ଜିନିଷର ସୁରକ୍ଷାକୁ ନେଇ କିପରି ଡରରେ କମ୍ପିବ ତାହା ଅନୁମେୟ।ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବାବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୁର୍ତ୍ତ ଚୋରି କରି ନେଇଥିବା ଜଣା ପଡ଼ିଛି ।ଆଜି ସକାଳ ସମୟରେ ପୂଜକ ନୀତିକାନ୍ତି କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଜାଣି ପାରିବା ସହ ଏ ନେଇ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ ।ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଘଟଣା ବିଷୟରେ ଖବର ପାଇ ତୁରନ୍ତ ମନ୍ଦିରରେ ପହଁଚିବା ସହ ଘଟଣାର ତଦନ୍ତ ଓ ଅନୁସନ୍ଧାନ ଆରମ୍ଭ କରିଥିଲା ।ପ୍ରାରମ୍ଭିକ ଅନୁସନ୍ଧାନରୁ ହୁଣ୍ଡିରୁ ଚୋରି ସହ ଶ୍ରୀ ଜୀଉଙ୍କ ତିନୋଟି ମଥାମଣି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହା ସହ ଅନ୍ୟ କଣ ଚୋରି ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି ।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ସାଇଣ୍ଟିଫିକ ଟିମ ଡକାଇ ଅଧିକ ତଦନ୍ତ ଜାରି ରଖିଛି ।ମନ୍ଦିରରେ ସି ସି ଟିଭି ଲାଗିଥିଲେ ମଧ୍ୟ ତାହା ଦୀର୍ଘ ତିନି ବର୍ଷ ହେଲା କାର୍ଯ୍ୟ କରୁନଥିବା ଜଣାପଡିଛି।ମନ୍ଦିରରୁ ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଂକ ମନରେ ଆଘାତ ଲାଗିଥିବା ବେଳେ ଏହାକୁ ନେଇ ଜାହିର କରିଛନ୍ତି ଅସନ୍ତୋଷ । ବର୍ଷକୁ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଆୟ ହେଇଥିବା ଜଗନ୍ନାଥଙ୍କ ମନ୍ଦିରରେ ତିନି ବର୍ଷ ହେଲା ସି ସି ଟିଭି ଅଚଳ ଅବସ୍ଥାରେ ଥିବା କଥା ହଜମ ହେଉନାହିଁ। ସି ସି ଟିଭି ମରାମତି ନ କରିବା ପଛରେ ମନ୍ଦିର ପ୍ରଶାସକଙ୍କ ଢିଲାପଣ ନା ଆଉକିଛି ତାହା ପ୍ରଶ୍ନ ସୃଷ୍ଟି କରିଛି। ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ କହିଛନ୍ତି ଯେ ଦାୟିତ୍ୱରେ ଥିବା ଲୋକେ ଟଙ୍କା ନ ଥିବା ଆଳରେ ସି ସି ଟିଭି ମରାମତି କରିନଥିବା କଥା କହୁଥିବା ବେଳେ ମନ୍ଦିରର ଆୟ ଯଥେଷ୍ଟ ରହିଛି। ଏମାନେ ଆହୁରି କହିଛନ୍ତି ଯେ ମନ୍ଦିରର ଉପସଭାପତି ନିଜେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଥିବା ସତ୍ତ୍ୱେ ମନ୍ଦିରର ସୁରକ୍ଷା ପାଇଁ କୌଣସି ସୁରକ୍ଷା କର୍ମୀ ନିୟୋଜିତ ହୋଇ ନାହାନ୍ତି। ଏହାଠାରୁ ଅଧିକ ଦୁର୍ଭାଗ୍ୟ ର ବିଷୟ କଣ ହୋଇଥାଇ ପାରେ ବୋଲି କିଛି ମତବ୍ୟକ୍ତ କରିଛନ୍ତି। ଅବଶ୍ୟ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରିକୁ ନେଇ ସଚେତନ ନାଗରିକ ମାନେ ମନ୍ଦିର ସମ୍ମୁଖରେ ଧାରଣା ଦେବା ସହ ଘଟଣାର ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ଦୁର୍ବୁର୍ତ୍ତଙ୍କୁ ଧରିବା ଏବଂ ମନ୍ଦିର ପରିଚାଳନା କମିଟିରେ ଅବହେଳା କରିଥିବା କର୍ମକର୍ତ୍ତାଙ୍କୁ ବହିଷ୍କାର ଦାବି କରିଛନ୍ତି ।ଘଟଣା ବିଷୟରେ ଖବର ପାଇ ଅନୁଗୋଳ ବିଧାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାକୁ ନିନ୍ଦା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚବିଶ ଘଣ୍ଟା ମଧ୍ୟରେ ଆସାମୀ ମାନଙ୍କୁ ଗିରଫ କରିବାର ପ୍ରତିଶୃତି ଦେଇଛନ୍ତି।

Square Ad 1
Leave A Reply

Your email address will not be published.