Webportal

ଅନୁଗୁଳ ରେ ରକ୍ତରେ ଖେଳାଗଲା ହୋଲି; ଆକ୍ରମଣରେ ବ୍ୟକ୍ତି ମୃତ

sanitry
0 114

ରକ୍ତରେ ଖେଳିଲେ ହୋଲି, କଟୁରୀ ମାଡ ରେ ଜଣେ ମୃତ। ଅନୁଗୁଳ ସହର ନାଖରାସାହି ଠାରେ ବୁଲିଲା ମାରଣାସ୍ତ୍ର। କଟୁରୀ ଚୋଟରେ ଜଣେ ମୃତ । ଗାଧୋଇବା ପାଇଁ ଯାଇଥିବା ବେଳେ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ନାମକ ଜଣେ ଯୁବକ ହାଣି ଘଟଣା ସ୍ଥଳରୁ ଚମ୍ପଟ । ପଛରୁ ଆସି ବେକକୁ ଆକ୍ରମଣ କରିଥିବା ଅଭିଯୋଗ। ସକାଳେ ହୋଲି ଖେଳକୁ ନେଇ ପାଟିତୁଣ୍ଡ ହୋଇଥିବା କୁହାଯାଇଛି।ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତରିତ କରିବା ସମୟରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଘଟଣା ସ୍ଥଳରେ ପୋଲିସ ପହଂଚିବା ସହ ଆକ୍ରମଣକାରୀ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଆଜାଦ ଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେଇ ଦୋଷୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଏ ପଟେ ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି।

Square Ad 1
Leave A Reply

Your email address will not be published.