Webportal

ଅନୁଗୋଳ ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ସାମ୍ବାଦିକଙ୍କ ପେନସନ ବ୍ୟବସ୍ଥା ଲାଗୁ ପାଇଁ ଦାବୀ 

sanitry
0 99

ଅନୁଗୋଳ ଜିଲା  ସାମ୍ବାଦିକ ସଙ୍ଘ  ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ବୁଧୁବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି।  ସଂଘ ସଭାପତି ଦ୍ଵାରିକା ପ୍ରସାଦ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ  ରାଜସ୍ବ ସନ୍ତୋଷ ପ୍ରଧାନ ଯୋଗ ଦେଇଥିଲେ , ମୁଖ୍ୟବକ୍ତା ଭାବେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଶାନ୍ତନୁ କୁମାର ସର, ସରକାରୀ ଓକିଲ ପରମାନନ୍ଦ ମିଶ୍ର ଯୋଗ ଦେଇଥିଲେ | ସେହିପରି  ସମ୍ମାନିତ ଅତିଥିନଗରପାଳ ଅକ୍ଷୟ ସାମନ୍ତ ଓ ବର୍ଷୀୟାନ  ସାମ୍ବାଦିକ ଗୋପୀନାଥ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ଚଳିତ ବର୍ଷର ସନ୍ଧର୍ବ  ‘ ରାଷ୍ଟ୍ର ଗଠନ ରେ ଗଣ ମାଧ୍ୟମ ର ଭୂମିକା” ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଯେଉଁ ରାଷ୍ଟ୍ରରେ ସାମ୍ବାଦିକ ମାନଙ୍କର ଯେତେ ସ୍ୱାଧୀନତା ରହିଛି ସେ ଦେଶର ଗଣତନ୍ତ୍ର ସେଭଳି ମଜ଼ଭୁତ ବୋଲି ବିବେଚନା କରାଯାଇଥାଏ। ସରକାରଙ୍କ ବ୍ୟବସ୍ଥାରେ ସମାଜ କଲ୍ୟାଣ କାରୀ ତଥ୍ୟକୁ ଜନସାଧାରଣଙ୍କୁ ଅବଗତ କରି ସୁଶାନ ପାଇଁ ପଥ ପରିଷ୍କାର କରୁଥିବା ବେଳେ ସରକାରଙ୍କ ତୃଟି ବିଚ୍ୟୁତକୁ ଲୋକ ଲୋଚନକୁ ଆଣି ସମାଜକୁ ଜାଗ୍ରତ କରିଥାଏ। ଗଣ ମାଧ୍ୟମ ସମାଜର ପ୍ରକୃତ ଶିକ୍ଷକ । ତେଣୁ  ସାମ୍ବାଦିକଙ୍କ  ସ୍ୱାଧୀନତାରୁ ହଁ  ଜଣ ପଡେ ସେଦେଶ ର ଗଣତନ୍ତ୍ର କେତେ ସୃଦୃଢ଼  ବୋଲି ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ  ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସାମ୍ବାଦିକ ସର୍ବଦା ସମାଜ ପ୍ରତି ଉତ୍ତର ଦାୟିତ୍ୱ ନିର୍ବାହ କରିବା ଦରକାର। ଖବର ଯେମିତି ଗଠନ ମୂଳକ ଚିନ୍ତା ଧାରାରେ ପ୍ରକାଶିତ ହେବ ଏବଂ ଏହା ପ୍ରଭାବରେ ଯେମିତି ସମାଜରେକୁ ପ୍ରଭାବ ନପଡ଼ିବ ଏହା ସହିତ ଖବର ସର୍ବଦା ସତ୍ୟ ନିଷ୍ଠ ହେବା ଦରକାର ବୋଲି ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ଅନ୍ୟତମ ବକ୍ତା ପ୍ରାଧ୍ୟାପକ ଶ୍ରୀ ସର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ , ଗଣ ମାଧ୍ୟମ ସଂସ୍ଥା ଗୁଡିକ ର ନିଜସ୍ୱ ସମ୍ପାଦକୀୟ ନିୟମ  ରହୁଛି। ଏବଂ ପ୍ରାୟ ସଂସ୍ଥାର ମାଲିକ ମାନେ କୌଣସି ନା କୌଣସି ଦଳୀୟ ରାଜନୀତିକ ବ୍ୟକ୍ତି ରହିଛନ୍ତି। ତେଣୁ ସମ୍ବାଦ ପରିବେଷଣରେ  ସ୍ୱଛ୍ୱତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଣ ମାଧ୍ୟମ ଦ୍ୱାରା ରାଷ୍ଟ୍ର ଗଠନ ର ଭୂମିକା ଥିବା ବେଳେ କିଛି ସ୍ଵାର୍ଥ ବାଦୀ ରାଜନୈତିକ କର୍ମୀ ଅବା ପ୍ରସାଶନିକ ଅଧିକାରୀଙ୍କ ଦ୍ଵାରା ଗଣମାଧ୍ୟମର କଣ୍ଠରୋଧ ଅପଚେଷ୍ଟା ଦେଖିବାକୁ ମିଳୁଛି। ନଗରପାଳ ଶ୍ରୀ  ସାମନ୍ତ  ତଥ୍ୟ ଭିତ୍ତିକ ସତ୍ୟ ନିଷ୍ଠ ଖବର ଉପରେ ଗୁରୁତ୍ୱରୋପ କରିବାକୁ ସାମ୍ବାଦିକ ମାନଙ୍କୁ ଆହ୍ୱାନ ଦେଇଥିଲେ।ସାମ୍ବାଦିକ ମାନେ ସମାଜର ଅଗ୍ରଦୂତ ପ୍ରହରୀ ବୋଲି କହିଥିଲେ। ଜିଲ୍ଲାର ଟିକରପଡା ବନ୍ୟା ବିପତ୍ତି ହେଉ ଅବା କରୋନା

ମହାମାରୀ ସମୟରେ ହେଉ ସାମ୍ବାଦିକ ମାନଙ୍କର ଖବର ପ୍ରସରଣରେ ଭୂମିକା ବେଶ ପ୍ରସଂଶନିୟ ବୋଲି ପୂର୍ବତନ ଓକିଲ ସଂଘ ସଭାପତି ଦିଲୀପ ଦାସ  କହିଥିଲେ। ଅନ୍ୟତମ ବକ୍ତା ଆଇନଜୀବୀ ପ୍ରସନ୍ନ ବେହେରା ବକ୍ତବ୍ୟରେ ପ୍ରକାଶ ଥିଲେ ଯେ,   ସାମ୍ବାଦିକତା ବୃତି ଏକ ସମାଜ ସେବା।ସେମାନେ ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ  ବୃତ୍ତି କୁ ଜୀବନ ଵ୍ରତ ଭାବେ ନିର୍ବାହ କରୁଛନ୍ତି। ସାମ୍ବାଦିକ ସୁରକ୍ଷା ପ୍ରତି ସରକାର ଅଧିକ ଯତ୍ନଶୀଳ ହେବା ଦରକାର ଏବଂ ଜନସାଧାରଣ ଙ୍କର ମଧ୍ୟ ସହଯୋଗ ଦରକାର ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ସ୍ତମ୍ବକାର ଗୋପାଳ ନାଥ ସାମ୍ବାଦିକତା ର ମୂଲ୍ୟବୋଧ କୁ ବଜାୟ ରଖିବାକୁ ବକ୍ତବ୍ୟ ରେ ଆହ୍ୱାନ ଦେଇଥିଲେ।ଏହି ଆଲୋଚନା ଚକ୍ରରେ ବିଷୟ ବସ୍ତୁ ଉପରେ ଆଧାରିତ ସାରଗର୍ଭକ ଉଚ୍ଚକୋଟିର ଅଭିବ୍ୟକ୍ତ ପ୍ରକାଶ ପାଇଥିଲା।ମୁଖ୍ୟତଃ  ତଥ୍ୟ ଭିତ୍ତିକ ସତ୍ୟ ଖବର ପରିବେଷଣ ଏବଂ ସାମ୍ବାଦିକ ସ୍ୱାଧୀନତା ସମ୍ପର୍କରେ  ବକ୍ତାଗଣ ମତ ପୋଷଣ କରିଥିଲେ। ଶେଷରେ ଜଣେ ସାମ୍ବାଦିକ ତାର ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରୁଥିବା ବେଳେ କର୍ମମୟ ଜୀବନ ପରେ ସରକାର ପେନସନ ଯୋଜନା ଲାଗୁ କରିବା ପାଇଁ ବକ୍ତା ମାନଙ୍କ ମଧ୍ୟରେ ଦାବୀ ଉପସ୍ଥାପନା ହୋଇଥିଲା |

ଏହି ଅବସରରେ ଗୋପୀନାଥ ନନ୍ଦ,ପ୍ରତାପ ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ମାନସ ମିଶ୍ର,ସୁବ୍ରତ ତ୍ରିପାଠୀ, ରାକେଶ ସାମଲ  ଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ବ୍ୟବସାୟୀ ସଂଘ ସଭାପତି ରମେଶ ସାହା , ଯୋଗାଚାର୍ଯ୍ୟ ଅଭୟ ରାୟ ମଧ୍ୟ ସମ୍ବର୍ଦ୍ଧିତ କାରାଯାଇ ଥିଲା | ସଂଘ ସାଧାରଣ  ସଂପାଦକ ମନୋରଞ୍ଜନ ପାଣି ଅତିଥି ପରିଚୟ ପ୍ରଦାନ କରିବା ସହ ସଙ୍ଘର ଆଭିମୁଖ୍ୟ ଓ ଆଲୋଚନା ଚକ୍ରର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ  ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଜିଲାର  ତାଳଚେର, ବଅଁରପାଳ, ଆଠମାଲିକ, ଅନୁଗୋଳ ସହର  , ନାଲକୋ ନଗର ପ୍ରଭୃତି ବିଭିନ୍ନ ଅଞ୍ଚଳ ସାମ୍ବାଦିକ ମାନଙ୍କ ମଧ୍ୟରେ  ପ୍ରତାପ ବିଶ୍ୱାଳ, ଅଶୋକ ଜେନା, ସୁବାଷ ଚନ୍ଦ୍ର ସାହୁ(ଖ),ବନମାଳୀ ନାଏକ, ଗୋପାଳ ଚନ୍ଦ୍ର ନାଥ,ଶ୍ରୀକାନ୍ତ ମିଶ୍ର, ବିନୋଦ ପଟ୍ଟନାୟକ, ପ୍ରଦୀପ୍ତ ପୁରୋହିତ, ବିଶ୍ବମ୍ବର ବେହେରା, ସୁଶାନ୍ତ ମହାପାତ୍ର,ସୁବ୍ରତ ତ୍ରିପାଠୀ, ସୁଜିତ ବେହେରା,ରାକେଶ ସାମଲ, ପ୍ରତାପ ସାମଲ, ମାନସ ମିଶ୍ର, ଦୀପ୍ତି ପ୍ରଧାନ ପ୍ରମୂଖଙ୍କ ସମେତ ୫୦ରୁ ଅଧିକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଜିଲା  ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଆଇନଜୀବୀ ରଜତ ରଞ୍ଜନ ଦାସ,  ବସନ୍ତ ପଟ୍ଟନାୟକ, ଅଜୟ ଦାସ,ଅକ୍ଷୟ ଦାସ,ଗୋପାଳ ଅଗ୍ରୱାଲ, ଅଶୋକ ଦାଶ, ରବିନ୍ଦ୍ର ପ୍ରଧାନ ଅବସର ପ୍ରାପ୍ତ ତହସିଲଦାର ବସନ୍ତ ଦାସ, ପ୍ରମୁଖ ଯୋଗ ଦେଇଥିଲେ ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Square Ad 1
Leave A Reply

Your email address will not be published.