Webportal

ଅସାଧୁ ଅଧିକାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

sanitry
0 182

ଅନୁଗୁଳ ଜିଲ୍ଲାର ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଇନ୍ଦିରା ଆବାସ ଘର ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଛି । ସୋମବାର ଦିନ ଅନୁଗୁଳ ଭିଜିଲାନ୍ସ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୨୭/୯/୨୦୧୩ ମସିହାରେ ବଅଁରପାଳ ବ୍ଲକ ଡେରଜାଙ୍ଗ ଗ୍ରାମର ମଲ୍ଲୀ ପ୍ରଧାନଙ୍କୁ ଇନ୍ଦିରାଆବାସ ଗୃହ ଯୋଗାଇ ଦେବା ପାଇଁ ସେତେବେଳେ ଥିବା ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାନନ ସାହୁ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ସେତେବେଳେ ମଲ୍ଲି ପ୍ରଧାନଙ୍କ ପୁଅ ସୂର୍ଯ୍ୟକାନ୍ତ ପ୍ରଧାନ ଏ ସମ୍ପର୍କରେ ଅନୁଗୋଳ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ଏବଂ ସେହିଦିନ ସନ୍ଧ୍ୟାରେ ମଲ୍ଲି ପ୍ରଧାନଙ୍କ ଠାରୁ ପଞ୍ଚାନନ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ପଞ୍ଚାନନ ସାହୁଙ୍କୁ ଗିରଫ କରିଥିଲେ । ଭିଜିଲାନ୍ସ କୋର୍ଟରେ ଏହି କେସ ଚାଲିଥିବା ବେଳେ ସୋମବାର ଦିନ ମାନ୍ୟବର ଭିଜିଲାନ୍ସ ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୂରୀ ଏହି କେସର ଶୁଣାଣି କରି ପଞ୍ଚାନନ ସାହୁଙ୍କୁ ୩ ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମନା ଆଦେଶ କରିଛନ୍ତି ।

Square Ad 1
Leave A Reply

Your email address will not be published.