ଆଗାମୀ ୬ ମାସ ଭିତରେ ବିଜେପି ନୁପୁର ଶର୍ମାଙ୍କୁ ଜଣେ ବଡ ନେତ୍ରୀ ଭାବରେ ତିଆରି କରିବ : ଅସଦୁଦ୍ଦିନ ଓୱାଇସିଙ୍କ ଟାର୍ଗେଟ ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ସରକାର।
ଏଆଇଏମଆଇଏମ ମୁଖ୍ୟ ତଥା ଏମ୍ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି ।
ସେ କହିଛନ୍ତି ଗୋଟିଏ ପଟେ ନୁପୁର ଶର୍ମା ଗିରଫ ଓ ଭାରତୀୟ ଆଇନର ପରିସରରେ ରହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ମୁଁ ବିଶ୍ୱାସ କରୁଛି ଯେ ୬-୭ ମାସ ମଧ୍ୟରେ ନୁପୁର ଶର୍ମା ପୁଣି ଆସିବେ ଓ ତାଙ୍କୁ ଜଣେ ବଡ ନେତା ଭାବେ ଉପସ୍ଥାପନ କରାଯିବ । ଏମିତିି ହୋଇପାରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ସେହିପରି ବୁଲଡୋଜର ଚଳାଇବା ଘଟଣାକୁ ନେଇ ବି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଓୱାଇସି ।
ନୁପୁର ଶର୍ମାଙ୍କୁ ଗିରଫ କରାଯିବା ଉଚିତ ଏବଂ ଭାରତର ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆମେ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ ଚାହୁଁଛୁ | ମୁଁ ଜାଣେ ଯେ ଆଗାମୀ ଛଅ-ସାତ ମାସ ମଧ୍ୟରେ ନୁପୁର ଶର୍ମା ବଡ ନେତା ହେବେ।