ଆଜି ଅନୁଗୁଳ ଜିଲ୍ଲାରୁ ୬ କରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୩୪୫ ରେ। ତାଳଚେର ବ୍ଲକ ରୁ ୫ ଜଣ ଓ ଅନୁଗୁଳ ପୋୖରାଞ୍ଚଳରୁ ଜଣେ ଏହି ଚିହ୍ନଟ ମାନଙ୍କ ମଧ୍ୟରେ ଅଛନ୍ତି।ଜଣେ ସଂଘରୋଧ କେନ୍ଦ୍ରରେ ଥିବା ବେଳେ ଓ ଅନ୍ୟ ମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥବା ଜଣାପଡିଛି।ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଜିଲ୍ଲାରୁ ଆଉ ୫ ଜଣ ସୁସ୍ଥ ହେବାପରେ ସୁସ୍ଥଙ୍କ ସଂଖ୍ୟା ପହଂଚିଲା ୨୩୧ ରେ। ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।