ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ଓ ବିଡିଏସ୍ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୧୦.୬୪ ଲକ୍ଷ ଛାତ୍ରୀଥିବାବେଳେ ୮ ଲକ୍ଷ ୭ ହଜାର ୭୧୧ ଜଣ ଛାତ୍ର ଅଛନ୍ତି ।
ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୨.୫୭ ଲକ୍ଷ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି । ପରୀକ୍ଷା ରବିବାର ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୧ଟା ୩୦ ସୁଦ୍ଧା ସେମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ।