Webportal

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ଜନପ୍ରତିନିଧି ମାନଙ୍କ ବୈଠକ

sanitry
0 198

ସୋଲାର ମାଧ୍ୟମରେ ଗ୍ରାମକୁ ହେବ ଜଳ ଯୋଗାଣ।
ଗ୍ରାମାଞ୍ଚଳ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ତେବେ ଜନସାଧାରଣ ଏହି ସମସ୍ୟା ଆଉ ଭୋଗିବେ ନାହିଁ। ସୋଲାର ପମ୍ପ ମାଧ୍ୟମରେ ଗ୍ରାମକୁ ଜଳଯୋଗାଣ କରାଯିବ ବୋଲି ଅାଜି କିଶୋରନଗର ବ୍ଲକ ସଭାଗୃହଠାରେ ସମିତି ବୈଠକରେ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଏମପି ନିତିଶ ଗଙ୍ଗଦେବ ଯୋଗଦେଇ କହିଲେ ପଞ୍ଚାୟତ ପ୍ରତିନିଧିମାନଙ୍କ ଦ୍ୱାରା ଗ୍ରାମ ବିକାଶ ହୋଇଥାଏ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ। ସବୁ ଗ୍ରାମରେ କିଭଳି ମୌଳିକ ସୁବିଧା ପହଞ୍ଚିପାରିବ ସେଥିପ୍ରତି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଅନେକ ସରକାରୀ ବିଦ୍ୟାଳୟରେ ଠିକ ଭାବେ ପାଠପଢା ଯାଉ ନ ଥିବା ଯୋଗୁ ରେଜଲ୍ଟ ଖରାପ ହେଉଥିବା କେତେକ ସରପଞ୍ଚ ଅଭିଯୋଗ କରିଥିଲେ। ସେହିପରି ଚାଷ ସମୟରେ ଚାଷୀଙ୍କୁ ବିହନ, ସାର ଠିକ ଭାବେ ମିଳୁ ନ ଥିବା ସହ କୃଷି ଅଧିକାରୀମାନେ ରହୁ ନ ଥିବା ଅଭିଯୋଗ ହୋଇଥିଲା। ସାଧାରଣ ବଣ୍ଟନ ଅର୍ନ୍ତଭୁକ୍ତ ହେବା ପାଇଁ ବହୁ ଗରିବ ଶ୍ରେଣୀର ଲୋକ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ରେଶନ କର୍ଡ ଦିଆଯାଇ ନାହିଁ। ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡାଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟି ବିପଦସଙ୍କୁଳରେ ରହିଛି। ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ବିପଦସଙ୍କୁଳରେ ପାଠ ପଢାଯାଉଛି ବୋଲି ସରପଞ୍ଚ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ବଇଣ୍ଡାଠାରେ ଥିବା ପଶୁ ଡାକ୍ତରଖାନାଟି ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଭାଙ୍ଗିଯାଇଥିବାବେଳେ ନୂତନ ପଶୁ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଦାବି କରିଥିଲେ। ସୁରେଶ୍ୱରୀ, ଧଉରାଗୋଠ ଜଳ ସେଚନ ପ୍ରକଳ୍ପ କିଭଳି ଶିଘ୍ର ନିର୍ମାଣ ହେବ ସେଥିପ୍ରତି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଥିଲେ।

Square Ad 1
Leave A Reply

Your email address will not be published.