ଅସଦାଚରଣ ଅଭିଯୋଗ : ଗାଁ ରାସ୍ତାରେ ଆଣ୍ଠେଇଲେ ପ୍ରଧାନଶିକ୍ଷକ
ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ । ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ଗଢିବା ପାଇଁ ସ୍କୁଲକୁ ନିୟମିତ ଆସିଥାନ୍ତି । କିନ୍ତୁ ଏମିତି କେତେକ ଘୃଣ୍ୟ ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ସମାଜ ନିନ୍ଦିତ ଓ ଲଜ୍ଜିତ ହେଉଛନ୍ତି । ଜଣେ ପ୍ରଧାନଶିକ୍ଷକଙ୍କ ନାମରେ ଆସିଛି ଅସଦାଚରଣ ଅଭିଯୋଗ । ଏହାପରେ ପ୍ରଧାନଶିକ୍ଷକ ଜଣକ ଗାଁ ରାସ୍ତାରେ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ଆଗରେ ଭୁଲ ମାଗିବା ସହ ମୁଣ୍ଡାଇ ମାରିଛନ୍ତି । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରଥାମିକ ବିଦ୍ୟାଳୟରେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ଧନେଶ୍ୱର ବିଶ୍ୱାଳଙ୍କ ନାମରେ ଅଭିଯୋଗ ଆସିଛି ଯେ, ସେ ନିୟମିତ ଛାତ୍ରଛାତ୍ରୀ ସ୍ନେହ କରିବା ଆଳରେ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥାନ୍ତି । ସେହିପରି ସ୍କୁଲ ଶିକ୍ଷୟତ୍ରୀଙ୍କୁ ମଧ୍ୟ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି । ଏହି ସବୁ ଅଭିଯୋଗକୁ ପ୍ରଧାନଶିକ୍ଷକ ଅସ୍ୱୀକାର କରୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଆଗରେ ଭୁଲ ମାଗିବା ଏହି ଘଟଣାକୁ ଆହୁରି ସଂଗୀନ କରିଛି । ପ୍ରଧାନଶିକ୍ଷକ ଗ୍ରାମ ରାସ୍ତାରେ ଭୁଲ ମାଗୁଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ପ୍ରଧାନଶିକ୍ଷକ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଶିକ୍ଷୟତ୍ରୀ ଜଣକ ମୋତେ ହିନସ୍ତା କରିବା ପାଇଁ ଏହିଭଳି ହୀନ ଚକ୍ରାନ୍ତ କରିଛନ୍ତି । ଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ସେ ମୋ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି ।ଏହି ଘଟଣାକୁ ନେଇ ଆଠମଲ୍ଲିକ ଅଂଚଳରେ ତୀବ୍ର ନିନ୍ଦା କରାଯାଇଛି
Prev Post
Next Post