Webportal

ଆତ୍ମବିଶ୍ବାସରେ ଭରପୁର ଶୁଭେନ୍ଦୁ; ମମତା ବାନାର୍ଜୀଙ୍କୁ କଲେ ପରିହାସ

sanitry
0 148

ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢିବେ। ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତାଙ୍କୁ ଏହି ନିର୍ବାଚନରେ ଜିତିବାକୁ ପଡିବ। ତେବେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପରିହାସ କରି କହିଛନ୍ତି ଯେ, ଯଦି ଭାଜପା ମୋତେ ପୁଣି ନିର୍ବାଚନରେ ଛିଡା କରେ ତେବେ ତାଙ୍କ ସହ କ’ଣ ହେବ? ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରାଯିବ। କଂଗ୍ରେସ ଆଗାମୀ ଭବନୀପୁର ଉପ-ନିର୍ବାଚନରେ ମମତାଙ୍କ ବିରୋଧରେ ପ୍ରାର୍ଥୀ ଦେବ ନାହିଁ।ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗ-ଭବାନୀପୁର, ଜାଙ୍ଗିପୁର ଏବଂ ସମସରଗଞ୍ଜର ୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ଭବାନୀପୁର ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପାରିକ ଆସନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ପାଇଁ ଦଳର ପ୍ରାର୍ଥୀ ବୋଲି ଟିଏମସି ରବିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି।ଗତ ନିର୍ବାଚନରେ ନନ୍ଦିଗ୍ରାମରେ ମମତା ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ।

Square Ad 1
Leave A Reply

Your email address will not be published.