Webportal
Adarasha College

ଆଦାନୀ କୋଇଲା କାଣ୍ଡର ସାରା ଦୁନିଆରେ ଚର୍ଚ୍ଚା

sanitry
0 62

ଭାରତର ଚର୍ଚ୍ଚିତ ବ୍ୟବସାୟୀ ଚେହେରା ଗୌତମ ଆଦାନୀ ଏନଡି ଟିଭି କିଣିବା ସମୟରେ କହିଥିଲେ ଯେ ସେ ଏନଡି ଟିଭି କୁ ଫାଇନାନ୍ସିଆଲ୍ ଏକ୍ସପ୍ରେସ ଖବର କାଗଜ ଭଳି ପ୍ରସିଦ୍ଧ କରିବେ। ତାର ମାନେ ଆଦାନୀ ଫାଇନାନ୍ସିଆଲ୍ ଏକ୍ସପ୍ରେସ ଖବର କାଗଜ କୁ ବହୁତ ଆଦର ଏବଂ ତାର ଖବର କୁ ସମ୍ମାନ ଦିଅନ୍ତି। ସେହି ଫାଇନାନ୍ସିଆଲ୍ ଏକ୍ସପ୍ରେସ ଖବର କାଗଜ ଦୁନିଆର ଅନେକ ବଡ ବଡ ଦେଶ ଓ ସହରରେ ଆଦରର ସହ ଲୋକ ପଡନ୍ତି। ଗତ ବର୍ଷେ ମଧ୍ୟରେ ସେହି ଖବର କାଗଜ ଆଦାନିଙ୍କ ବିରୁଦ୍ଧରେ ପ୍ରାୟ ପଚିଶ ଟି ରିପୋର୍ଟ ପ୍ରକାଶ କରିଛି। ବୁଧବାର ଖବର କାଗଜ ପ୍ରକାଶ କରିଥିବା ସଦ୍ୟତମ ରିପୋର୍ଟ ଅନୁସାରେ ଆଦାନୀ ଇଣ୍ଡୋନେସିଆ ରୁ ବହୁତ ଖରାପ ଶ୍ରେଣୀର କୋଇଲା କିଣି ତାକୁ ଅତି ଉଚ୍ଚ ମାନର କୋଇଲା ଭାବେ ଦର୍ଶାଇ ଭାରତ ସରକାରଙ୍କୁ ବହୁତ ଚଢ଼ା ଦରରେ ବିକ୍ରୀ କରିଥିବାର ସନ୍ଦେହ ହେଉଛି। କେବଳ ୨୦୧୪ ରେ ପ୍ରାୟ ୨୪ ଟି ଜାହାଜରେ କୋଇଲା ଆସି ତାମିଲନାଡୁ ରେ ସରକାରଙ୍କ ବିଜୁଳି ଉତ୍ପାଦନ କରୁଥିବା ସଂସ୍ଥାକୁ ବିକ୍ରୀ କରାଯାଇଛି। ଆଦନୀଙ୍କ ଏହି କାଣ୍ଡ ପାଇଁ ଉଚ୍ଚା ଦାମରେ ବିଜୁଳି କମ୍ପାନୀ କୋଇଲା କିଣିଥିବା ଯୋଗୁଁ ସାଧାରଣ ଲୋକଙ୍କୁ ଚଢ଼ା ଦରରେ ବିଜୁଳି କିଣିବାକୁ ପଢୁଛି। ଏହା ସହିତ ନିମ୍ନ ଶ୍ରେଣୀର କୋଇଲା ବିଜୁଳି ଉତ୍ପାଦନ ପାଇଁ ଅଧିକ ସମୟ ଜଳୁଥିବାରୁ ବାୟୁ ପ୍ରଦୂଷଣ ଅନେକ ମାତ୍ରାରେ ବଡି ଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହା ଏକ ଗୁରୁତର ବିଷୟ। ବାହାର ବାୟୁ ପ୍ରଦୂଷଣ କାରଣରୁ ଭାରତରେ ବର୍ଷକୁ ପ୍ରାୟ କୋଡିଏ ଲକ୍ଷ ବ୍ୟକ୍ତି ମୃତୁ ବରଣ କରନ୍ତି ଯାହା ବିଶ୍ୱରେ ସର୍ବାଧିକ। ଏହା ସହିତ ତାମିଲନାଡୁର ଏହି ବିଜୁଳି ଉତ୍ପାଦନ କରୁଥିବା ସଂସ୍ଥାକୁ ପ୍ରାୟ ୬୦୦୦ କୋଟି ଟଙ୍କାର କମିଶନ ଦେବାକୁ ପଡ଼ିଛି ଯାହା ପ୍ରାୟ ୩୦୦୦ କୋଟି ଟଙ୍କା ଅଧିକ। ଅଭିଯୋଗ ହୋଇଛି ଯେ ଆଦାନୀ ୧୨୦୦୦ କୋଟିର କୋଇଲା ଭାରତ ସରକାରଙ୍କୁ ୨୪୦୦୦ କୋଟିରେ ବିକ୍ରୀ କରିଛନ୍ତି। ସରକାରଙ୍କ ସହିତ ଆଦାନୀ ସମୂହର ଚୁକ୍ତିନାମା ଅନୁଯାୟୀ ବିଜୁଳି ଉତ୍ପାଦନ କରୁଥିବା ସଂସ୍ଥାକୁ ସର୍ବୋଚ୍ଚ ମାନର କୋଇଲା ଯୋଗାଇବା କଥା। କିନ୍ତୁ ତା ବଦଳରେ ଅତି ନିମ୍ନ ମାନର କୋଇଲା ଯୋଗାଇ ତାକୁ ଅତି ଉଚ୍ଚ ମାନର ଦର୍ଶାଇ ପ୍ରାୟ ଦୁଇଗୁଣ ଟଙ୍କା ସରକାରଙ୍କ ଠାରୁ ଆଦାୟ କରାଯାଇଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସ ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସାରା ଦୁନିଆରେ ଭାରତର ଛବି ଖରାପ ହୋଇଥିବାର ଅନୁମାନ କରାଯାଏ। ସେମିତି ବି ଆଦାନୀ ସମୂହ ଉପରେ ସେବୀ ଆଇନ ଉଲଂଘନ ର ଅଭିଯୋଗ ମଧ୍ୟ କରିଛି। ଅନ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି ସମୂହ ଉପରେ ଆରୋପ ଲଗାଇଛନ୍ତି। କିନ୍ତୁ ମନେହୁଏ ଏହି ସମୂହ ଉପରେ କିଛି ପ୍ରଭାଵ ପଡୁନାହିଁ। କାଲି ଏହି ଖବର ପ୍ରକାଶ ପାଇବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପୂର୍ବରୁ ମଧ୍ୟ କଂଗ୍ରେସ କୋଇଲା ମାମଲାରେ ଆଦାନୀ ଏଵଂ ସରକାରକୁ ଘେରି ଆସିଛି। କଂଗ୍ରେସ ଦଳର କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଟେମ୍ପୋ ରେ ଭର୍ତ୍ତି ହୋଇ ଯେଉଁ କଳାଟଙ୍କା ଯାଉଥିବା କଥା କହୁଥିଲେ ବୋଧ ଏ ହେଉଛି ସେହି କଳାଟଙ୍କା ଯାହା କେଉଁଠି କୁ ଯାଉଛି ତାହା ଅନୁମେୟ।

Onida Ad
Square Ad 1
Leave A Reply

Your email address will not be published.